Advertisment

ଯୁବକଙ୍କୁ ପିଟି ପିଟି ହତ୍ୟା

ଗାଧୋଇ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ।

author-image
Jitendra Garnayak
Dead

Dead

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡ଼ିହ ସାହିରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଅଚ୍ୟୁତାନନ୍ଦ ନାଥ।

Advertisment

ଅଚ୍ୟୁତାନନ୍ଦ ଗତକାଲି ଗାଧୋଇ ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଠେଙ୍ଗାରେ ପିଟି ପିଟି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ଅଚ୍ୟୁତାନନ୍ଦ ନାଥଙ୍କ ବଡ଼ ଭାଇ ନିରାକାର ନାଥ କହିଛନ୍ତି ଯେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କର (ଅଚ୍ୟୁତାନନ୍ଦ ନାଥଙ୍କର) ଦୁଇ ତିନୋଟି ପରିବାର ସହିତ ଶତ୍ରୁତା ଥିଲା। ସେମାନେ ପୂର୍ବରୁ ମଧ୍ୟ ତାଙ୍କ ଭାଇଙ୍କୁ ପିଟି ଥିଲେ। ଗତକାଲି ସେ ଗାଧୋଇ ଘରକୁ ଆସୁଥିବା ବେଳେ ତ୍ରିନାଥ ନାଥ, ତାଙ୍କ ପୁଅ ସୁମନ୍ତ ନାଥ ଓ ସୁମନ୍ତ ପତ୍ନୀ ମାମି ନାଥ ତାଙ୍କୁ ଠେଙ୍ଗାରେ ପିଟିଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲଗିଥିଲା ଓ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

Advertisment

ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜମିବାଡ଼ି ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଚ୍ୟୁତାନନ୍ଦଙ୍କ ବଡ଼ ଭାଇ ନିରାକାର ନାଥ କହିଛନ୍ତି।

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ

Murder Beaten To Death