Advertisment

ମାରନି ବୋଲି ରଡି କରୁଥିଲା ପୁଅ; ବାପାକୁ ପଥରରେ ଛେଚି ଦେଲେ ଦୁର୍ବୃତ୍ତ

ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ।

ଅଦ୍ୟତନ ହୋଇଛି
undefined

Murder

Advertisment

“ମୋ ବାପାଙ୍କର କିଛି ଦୋଷ ନାହିଁ, ତାଙ୍କୁ ମାରନାହିଁ, ତାଙ୍କୁ ଛାଡ଼ିଦିଅ।” ଏପରି ଦୁର୍ବୃତ୍ତଙ୍କ ଆଗରେ କାକୁତି ମିନତୀ ହେଉଥିଲା ନାବାଳକ ପୁଅ। ହେଲେ ପୁଅର ବିକଳ ରଡ଼ି ଦୁର୍ବୃତ୍ତମାନଙ୍କ କାନକୁ ଶୁଭୁନଥିଲା। ଦୁର୍ବୃତ୍ତମାନେ ତାଙ୍କ ବାପାକୁ ଘର ଭିତରୁ ଘୋଷାଡି ଆଣି ପଥରରେ ଛେଚି ହତ୍ୟା କରିଥିଲେ। ଶେଷରେ ପୁଅ ଆଗରେ ଚାଲିଯାଇଥିଲା ବାପାର ଜୀବନ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ। ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଶ୍ରମିକ ଜଣଙ୍କ ହେଲେ ତୋଫାନ ସାମଲ। ତାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପହଞ୍ଚି ତୋଫାନଙ୍କୁ ଘୋଷାଡ଼ି ଆଣି ପିଟିଥିଲେ। ବାପାଙ୍କୁ ନ ପିଟିବା ପାଇଁ ତାଙ୍କ ପୁଅ ଦୁର୍ବୃତ୍ତଙ୍କୁ କାକୁତି ମିନତୀ ହୋଇଥିଲେ, ହେଲେ ଦୁର୍ବୃତ୍ତମାନେ ତାଙ୍କ କଥା ଶୁଣି ନଥିଲେ। ତୋଫାନଙ୍କ ପୁଅକୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ପରେ ତୋଫାନଙ୍କୁ ଏକ ପଥରରେ ଛେଚି ହତ୍ୟା କରିଥିଲେ। ପରେ ଦୁର୍ବୃତ୍ତମାନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବାପାକୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୁଅ। ସେଠାରେ ବାପାକୁ ମୃତ ଘୋଷଣା କରିଥିଲେ।

ତେବେ ଦୁର୍ବୃତ୍ତମାନେ କାହିଁକି ତୋଫାନଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଥିଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ।

Advertisment

ମୃତ ତୋଫାନଙ୍କ ପୁଅ କହିଛନ୍ତି, ବାପା ଭାତ ଖାଇବା ପାଇଁ ବାଢୁଥିଲେ। ଏହି ସମୟରେ କିଛି ଲୋକ ଆସି ବାପାଙ୍କୁ ଘୋଷାଡ଼ି ନେଇ ପିଟିଥିଲେ। ମୁଁ ଅଟକାଇବାକୁ ମୋତେ ମାଡ଼ ମାରିଥିଲେ। ପରେ ପଥର ଆଣି ବାପାମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

Bhubaneswar Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe