Advertisment

ଜମି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା

ମୃତ ଯୁବକ ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ବହୁ ଦିନରୁ ଜମି ବିବାଦ ଲାଗି ରହିଥିଲା।

author-image
Jitendra Garnayak
House

House

ଜମି ବିବାଦକୁ ନେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ମୃତ ଯୁବକଙ୍କ ନାଁ ବନ୍ଧୁ ବଡ଼ନାୟକ। ଆଜି ସକାଳେ ସେ ଗାଁ ନିକଟ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ସେଠାରେ ତାଙ୍କୁ ଗାଁର ଶୁକ୍ରା ବଡ଼ନାୟକ ଓ ଡମୁ ବଡ଼ନାୟକ ତାଙ୍କୁ ପଥରରେ ଛେଚି ଓ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବନ୍ଧୁଙ୍କୁ ମାରିବା ପାଇଁ ଶୁକ୍ରା ଓ ଡମୁ ପୂର୍ବରୁ ଯୋଜନା କରିଥିଲେ। ସେଥିପାଇଁ ସେମାନେ ପୂର୍ବରୁ ଯାଇ ଜଙ୍ଗଲରେ ଲୁଚି ରହିଥିଲେ।

ବନ୍ଧୁଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରଚାର ହେବାମାତ୍ରେ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଉତ୍ତ୍ୟକ୍ତ ଗାଁ ଲୋକେ ଅଭିଯୁକ୍ତ ଶୁକ୍ରା ବଡ଼ନାୟକ ଘରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ।

Advertisment

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ବନ୍ଧୁ ଓ ଶୁକ୍ରାଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମି ବିବାଦ ଥିଲା। ସେଥିପାଇଁ ଉଭୟ ପରିବାର ମାଛଗୁଣ୍ଡ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

Murder Crime Koraput