Advertisment

ପୁରୀରେ ଯୁବକଙ୍କୁ ପିଟି ପିଟି ହତ୍ୟା

ତିନି/ଚାରି ଜଣ ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିଥିବା ଜଣାପଡ଼ିଛି।

Dead

Dead

Advertisment

ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଆଜି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଲଡୁ ନାୟକ। ତାଙ୍କ ଘର ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀରେ।

Advertisment

ଲଡ଼ୁଙ୍କର ଆଜି କିଛି ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ସେହି ଲୋକମାନେ ମଧ୍ୟ ଗୋପବନ୍ଧୁ କଲୋନୀର। ଝଗଡ଼ା ବେଳେ ହଠାତ୍ ତିନି/ଚାରି ଜଣ ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଲୁହା ପାଇପରେ ପିଟିଥିଲେ। ଲଡୁ ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଲଡୁ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ଏହା ପରେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Murder Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe