Advertisment

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା’ ଆହତ

ଯୁବକଙ୍କ ଠେଙ୍ଗା ମାଡ଼ରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି।

Accused

Accused

Advertisment

ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଭାଲୁଗୁହା ଗାଁରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

Advertisment

ଗତକାଲି ସନ୍ଧ୍ୟାରେ ଭାଲୁଗୁହା ଗାଁର ଗୁରୁଚରଣ କିସାନଙ୍କ ବଡ଼ପୁଅ ମିଶ୍ର କିସାନ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ଘରର କୌଣସି କଥାକୁ ନେଇ ବାପା ଗୁରୁଚରଣଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ମିଶ୍ର କିସାନ ତାଙ୍କ ବାପାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ତିନି ସାନ ଭାଇଙ୍କ ସାମ୍ନାରେ ସେ ତାଙ୍କ ବାପାଙ୍କୁ ପିଟି ମାରି ଦେଇଥିଲେ।

ଏହି ଘଟଣା ବେଳେ ଗୁରୁଚରଣଙ୍କ ପତ୍ନୀ ବୁଦୁନୀ କିସାନ ଘରେ ନଥିଲେ। ସେ ଘରକୁ ଫେରିବା ପରେ ବାପାଙ୍କୁ କାହିଁକି ମାରିଲୁ ବୋଲି ପୁଅ ମିଶ୍ର କିସାନକୁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମିଶ୍ର କିସାନ ଠେଙ୍ଗାରେ ତାଙ୍କ ମା’ଙ୍କୁ ମଧ୍ୟ ପିଟିଥିଲେ। ପୁଅର ଠେଙ୍ଗା ମାଡ଼ରେ ବୁଦୁନୀ କିସାନ ଆହତ ହୋଇଛନ୍ତି।

Advertisment

ଘଟଣା ସଂପର୍କରେ ଗୁରୁଚରଣଙ୍କ ମଝିଆଁ ପୁଅ ଲଇମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ମିଶ୍ର କିସାନଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe