Advertisment

ଅନଲାଇନ ବନ୍ଧୁତା ପରେ ଯୁବତୀଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଯୁବକ

ଦିଲ୍ଲୀ ପୁଲିସ୍‌ କହିଛି ଯେ ଯୁବକ ଜଣକ ନିଜକୁ ଜଣେ ହିନ୍ଦୁ ଯୁବକ ଭାବେ ପରିଚୟ ଦେଇ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲା। ଏହାପରେ ତାଙ୍କୁ ଭେଟିବା ପାଇଁ ଡାକିଥିଲା। ଯୁବତୀ ଜଣଙ୍କ ଦେଖା କରିବାକୁ ଆସିଥିବା ବେଳେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା।

Stop Rape

Stop Rape

Advertisment

ଫେସବୁକରେ ଅଜଣା ଯୁବକଙ୍କ ସହ ବନ୍ଧୁତା କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣଙ୍କ ତାଙ୍କ ସହ ନିଜର ଅସଲ ପରିଚୟ ଓ ନାଁକୁ ଗୋପନ ରଖି ବନ୍ଧୁତା କରିଥିଲା। ଏହାପରେ ତାଙ୍କୁ ଦୁଷ୍କର୍ମ କରିବା ସହ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ପୁଲିସ୍‌ ଏପରି ଅଭିଯୋଗ ପାଇବା ପରେ ଉକ୍ତ ଯୁବକକୁ ଗିରଫ କରିଛି।

Advertisment

ଦିଲ୍ଲୀ ପୁଲିସ୍‌ କହିଛି ଯେ ଯୁବକ ଜଣକ ନିଜକୁ ଜଣେ ହିନ୍ଦୁ ଯୁବକ ଭାବେ ପରିଚୟ ଦେଇ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲା। ଏହାପରେ ତାଙ୍କୁ ଭେଟିବା ପାଇଁ ଡାକିଥିଲା। ଯୁବତୀ ଜଣଙ୍କ ଦେଖା କରିବାକୁ ଆସିଥିବା ବେଳେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା।

ଦୁଷ୍କର୍ମ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇ ଯାଇଥିଲେ। ଏହି ସମୟରେ ଯୁବକ ଜଣକ ପିଲାଟିକୁ ନଷ୍ଟ କରି ଦେବାକୁ କହିଥିଲା। ହେଲେ ଏଥିରେ ଗାଜିଆବାଦରେ ରହୁଥିବା ଯୁବତୀ ଜଣଙ୍କ ରାଜି ହୋଇ ନଥିଲେ। ସେ ବାହା ହେବାକୁ ଜିଦ କରିବାରୁ ଯୁବକଙ୍କ ଅସଲ ପରିଚୟ ସାମ୍ନାକୁ ଆସିଥିଲା। ପ୍ରକୃତରେ ଯୁବକର ନାଁ ଖାଲିଦ ଓ ସେ ଯୁବତୀଙ୍କୁ ମିଛ କହି ତାଙ୍କ ସହ ସମ୍ପର୍କ ରଖିଥିଲା ବୋଲି ଜଣାପଡ଼ିଥିଲା। 

Advertisment

ନିଜକୁ ସାମ୍ବାଦିକ ଭାବେ ପରିଚୟ ଦେଉଥିବା ଖାଲିଦ ଏକଦା ଯୁବତୀଙ୍କୁ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ଗୋଟିଏ ମସଜିଦକୁ ନେଇଥିଲା। ସେଠାରେ ଯୁବତୀଙ୍କର ତଥାକଥିତ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି।

ଖାଲିଦଙ୍କ ବିରୋଧରେ ଯୁବତୀ ଜଣଙ୍କ ଅଭିଯୋଗ କରିବାରୁ ଦିଲ୍ଲୀ ପୁଲିସ୍‌ ତା’ ନାଁରେ ଆଇପିସିର ୩୭୬,୩୧୩,୩୨୩ ଓ ୫୦୯ ଦଫାରେ ମାମଲା କରିଥିଲା। ଏହାପରେ ତାକୁ ବିଜୟ ନଗର ରେଳବାଇ ଷ୍ଟେସନ ନିକଟରୁ ଗିରଫ କରାଯାଇଛି।

Delhi Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe