Advertisment

Beheads Live-in Partner: ଲିଭ ଇନ ପାର୍ଟନରଙ୍କ ମୁଣ୍ଡ କାଟିଲା, ଆଉ ଜଣଙ୍କୁ ବାହା ହେବାକୁ ଘରକୁ ଆସିଲା

ଉମାଙ୍କ ଅତୀତ ମଧ୍ୟ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ। ୧୫ ବର୍ଷ ତଳେ ସେ ନିଜର ବାହାଘରର ଦିନକ ପୂର୍ବରୁ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ନିଜର ପ୍ରେମିକଙ୍କୁ ବାହା ହୋଇଥିଲେ। କିଛି ବର୍ଷ ଏକାଠି ରହିବା ପରେ ଉମା ମା’ ହୋଇଥିଲେ।

Bilal

ବିଲାଲ ଓ ଉମା (ଫାଇଲ ଫଟୋ)

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ହତ୍ୟା ଘଟଣା। ନିଜର ଲିଭ ପାର୍ଟନର(Man Kills Live-In Partner)ଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛି ଜଣେ ଯୁବକ। ଦୀର୍ଘ ସମୟ ଧରି ଯେଉଁ ମହିଳାଙ୍କ ସହ ସେ ଲିଭ ଇନରେ ରହୁଥିଲା, ଶେଷରେ ତାଙ୍କୁ ହତ୍ୟା କରିଛି। ମୁଣ୍ଡ କାଟି ଲିଭ ଇନ ପାର୍ଟନରଙ୍କୁ ମାରିବା ପରେ ମୃତଦେକୁ ଜଙ୍ଗଲରେ ଫିଙ୍ଗି ଦେଇଛି।

Advertisment

ଏତେ ବଡ଼ କାଣ୍ଡ ଘଟାଇବା ପରେ ଯୁବକ ଜଣଙ୍କ ଆଉ ଜଣେ ମହିଳାଙ୍କୁ ବାହା ହେବାକୁ ଘରକୁ ଆସିବା ସହ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲା। ଉତ୍ତର ପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଲିସ୍‌ ଏଥିପାଇଁ ଜଣେ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରିଛି। 

ପୁଲିସ୍‌ କହିବା କଥା ଯେ ୩୦ ବର୍ଷୀୟ ଉମାଙ୍କୁ ତାଙ୍କ ବୟଫ୍ରେଣ୍ଡ ବିଲାଲ ନିର୍ମମ ଭାବେ ହତ୍ୟା କରିଥିଲା। ଟ୍ୟାକ୍ସି ଡ୍ରାଇଭ ବିଲାଲ ଓ ଉମା ଦୀର୍ଘ ଦିନ ଧରି ଲିଭ ଇନରେ ରହୁଥିଲେ। କିନ୍ତୁ ଉମାଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରି ବିଲାଲ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ଉମାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା।

Advertisment

ଉମାଙ୍କ ମୁଣ୍ଡ ବିହୀନ ମୃତଦେହ ପ୍ରଥମେ ହରିୟାଣାର କାଲେସାର ଜାତୀୟ ଉଦ୍ୟାନ ନିକଟରୁ ମିଳିଥିଲା। ମୁଣ୍ଡହୀନ ମୃତଦେହ ମିଳିବେ ପରେ ପୂରା ହଇଚଇ ସୃଷ୍ଟି ହୋଇଥିଲା। ଏହାର ତଦନ୍ତ କରି ଶେଷରେ ପୁଲିସ୍‌ ମାମଲା ଉପରୁ ପରଦା ହଟାଇଛି। 

ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ ବିଲାଲ ଗୋଟିଏ ସ୍ୱିଫ୍ଟ କାରରେ ଉମାଙ୍କୁ ଶାହାରନପୁରରୁ ପିକଅପ କରିଥିଲା। ଉଭୟ ପ୍ରାୟ ୬ ଘଣ୍ଟା ଧରି କାରରେ ବୁଲିଥିଲେ। ବୁଲାବୁଲି କରିବା ପରେ ବିଲାଲ ଓ ଉମା କାଲେସାର ଜଙ୍ଗଲ ନିକଟ ଲାଲ ଢାଙ୍ଗ ଜର୍ଜ ନିକଟରେ ପହଞ୍ଚିଥିଲେ। ସେଠାରେ ବିଲାଲ ଅତ୍ୟନ୍ତ ନିର୍ମମ ଭାବେ ଉମାଙ୍କୁ ହତ୍ୟା କରିଥିଲା। ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଘଟଣା ସ୍ଥଳରୁ ଫେରାର ମାରିଥିଲା। 

ଲିଭ ଇନ ପାର୍ଟନର( Live In Partner)ଙ୍କୁ ହତ୍ୟା କରିବା ପରେ ବିଲାଲ ସିଧା ଶାହାରନପୁର ସ୍ଥିତ ନିଜ ଘରକୁ ଫେରିଥିଲା। ନିଜର ବାହାଘର ପାଇଁ କିଣାକିଣି ଆରମ୍ଭ କରିଥିଲା। ସେ ଏମିତି ବ୍ୟବହାର କରିଥିଲା ଯେ ଯେମିତି କିଛି ବି ଘଟିନି। ତେବେ ପୁଲିସ୍‌ ତା’ ପାଖରେ ପହଞ୍ଚି ଥାନାକୁ ଉଠାଇ ଆଣିଥିଲା। ଏଥିସହ ଜେରା କରିଥିଲା।

ଜେରା ବେଳେ ସେ ନିଜର ଦୋଷ ସ୍ୱୀକାର କରିବା ସହ ଉମାଙ୍କ କଟା ମୁଣ୍ଡ ସ୍ଥାନକୁ ପୁଲିସ ଟିମକୁ ନେଇଥିଲା। ସେଠାରୁ ଉମାଙ୍କ କଟା ମୁଣ୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏଯାଏ ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ପୁଲିସ୍‌ ଠାବ କରିପାରି ନାହିଁ। 

ଉମାଙ୍କ ଜଣେ ୧୩ ବର୍ଷୀୟ ପୁଅ ରହିଛନ୍ତି। ବ୍ୟକ୍ତିଗତ ଜୀବନରେ ଝଡ଼ ଯୋଗୁ ସେ ଏକାକୀ ଶାହାରନପୁରରେ ରହୁଥିଲେ। ଏହି ସମୟରେ ବିଲାଲ ସହ ତାଙ୍କର ପ୍ରେମ ହୋଇଥିଲା ଓ ଉଭୟ ୨ ବର୍ଷ ହେଲା ଲିଭ ଇନରେ ରହୁଥିଲେ। ଉମାଙ୍କ ସବୁ ଖର୍ଚ୍ଚ ବିଲାଲ ବହନ କରୁଥିବା ବେଳେ ସେମାନଙ୍କ ସମ୍ପର୍କ ବିଷୟରେ ବହୁ କମ ଲୋକ ଜାଣିଥିଲେ।

ବିଲାର ପରିବାର ଲୋକଙ୍କୁ ଏ ସମ୍ପର୍କ ବିଷୟରେ କିଛି ଜଣା ନଥିବାରୁ ସେମାନେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ବାହାଘର ଠିକ କରିଥିଲେ। ବିଲାଲ ମଧ୍ୟ ଏଥିରେ ରାଜି ହୋଇ ଆଉ ଜଣେ ମହିଳାଙ୍କୁ ବାହା ହେବାକୁ ଚାହିଁଥିଲା। ଏଥିପାଇଁ ସେ ଉମାଙ୍କୁ ନିଜ ଜୀବନରୁ ସବୁ ଦିନ ପାଇଁ ଦୂରେଇ ଦେବାକୁ ଯୋଜନା କରିଥିଲା। 

ଉମାଙ୍କ ଅତୀତ ମଧ୍ୟ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ। ୧୫ ବର୍ଷ ତଳେ ସେ ନିଜର ବାହାଘରର ଦିନକ ପୂର୍ବରୁ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ନିଜର ପ୍ରେମିକଙ୍କୁ ବାହା ହୋଇଥିଲେ। କିଛି ବର୍ଷ ଏକାଠି ରହିବା ପରେ ଉମା ମା’ ହୋଇଥିଲେ। କିନ୍ତୁ ସେ ପାରିବାରିକ ବିବାଦ କାରଣରୁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ପ୍ରାୟ ଦେଢ଼ ବର୍ଷ ତଳେ ସେ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେଇଥିଲେ ଓ ନିଜ ପୁଅକୁ ଆଣିବାକୁ ମଧ୍ୟ କୌଣସି ପ୍ରକାରର ଆବେଦନ କରି ନଥିଲେ। ପୁଅ ଏବେ ବି ଉମାଙ୍କ ସ୍ୱାମୀଙ୍କ ପାଖରେ ରହୁଛନ୍ତି। 

ପରିବାର ଲୋକଙ୍କ କହିବା କଥା ଯେ ସେମାନେ ପୁଲିସ୍‌ର ତଦନ୍ତ ବେଳେ ଉମାଙ୍କ ହତ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲେ। ହତ୍ୟାର ୧୫ ଦିନ ପୂର୍ବରୁ ଉମା ଏକଦା ତାଙ୍କ ପୁଅଙ୍କୁ ମଧ୍ୟ ଭେଟିଥିଲେ। ସେ ପୁଅକୁ କିଛି ଡ୍ରେସ ଦେବା ସହ ତାଙ୍କ ସହ ରହିବାକୁ ଚାହୁଁ ନଥିବା କହି ସେଠାରୁ ଚାଲି ଯାଇଥିଲେ। 

Live In Partner Man Kills Live-In Partner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe