Advertisment

ପତ୍ନୀଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କଲା, ମୃତଦେହକୁ ୧୭ ଖଣ୍ଡ କରି ଫିଙ୍ଗି ଦେଲା

ଗୋଟିଏ କଂସେଇ ଖାନା ନିକଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ କିଛି ଦିନ ତଳେ ପୁଲିସ ଜବତ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

Maha

Maha

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି। ଏହାପରେ ମୃତଦେହକୁ ୧୭ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି। ମହାରାଷ୍ଟ୍ରର ଭିୱାନିରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଗୋଟିଏ କଂସେଇ ଖାନା ନିକଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ କିଛି ଦିନ ତଳେ ପୁଲିସ ଜବତ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ହତ୍ୟାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। କାରଣ ଗିରଫ ହୋଇଥିବା ଅଭିଯୁକ୍ତ ତାହା ନିୟମିତ ବୟାନ ବଦଳାଉଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ତେବେ କଟା ମୁଣ୍ଡଟି ଜଣେ ୨୫ରୁ ୨୮ ବର୍ଷୀୟ ମହିଳାଙ୍କର। ଇଦଗା ରୋଡ ବସ୍ତି ଓ ଏଠାକାର ଗୋଟିଏ କଂସେଇ ଖାନା ନିକଟରୁ ଅଗଷ୍ଟ ୩୦ରେ ପୁଲିସ୍‌କୁ କଟା ମୁଣ୍ଡ ମିଳିଥିଲା। ଏହାପରେ ପୁଲିସ୍‌ ମହିଳାଙ୍କ ସ୍ୱାମୀ ତାହାଙ୍କୁ ଗିରଫ କରିଛି।

ତଦନ୍ତ ବେଳେ ତାହା ପୁଲିସ୍‌କୁ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ପରବୀନ ଓରଫ ମୁସ୍କାନ ମହମ୍ମଦ ତାହା ଅନସାରୀଙ୍କୁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ସେ ମୃତଦେହକୁ ମୋଟ ୧୭ ଖଣ୍ଡ କରିଥିବା ପୁଲିସ୍‌କୁ କହିଛନ୍ତି।

Advertisment

ଏହି ଖବର ପାଇବା ପରେ ମୁସ୍କାନଙ୍କ ମୃତଦେହର ବାକି ଅଂଶକୁ ଠାବ କରିବା ପାଇଁ ପୁଲିସ୍‌ ଲାଗି ପଡ଼ିଛି। ଡ୍ରୋନ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରାଯାଇଛି। ମୁସ୍କାନଙ୍କ ନିଖୋଜ ନେଇ ପ୍ରଥମେ ତାଙ୍କ ମା’ ହନିଫା ଖାନ ପୁଲିସରେ ଅଭିଯୋଗ କରିଥିଲେ।

ଭୋଇୱାଡା ପୁଲିସ ଷ୍ଟେସନର ବରିଷ୍ଠ ଇନସପେକ୍ଟର ଅଶୋକଙ୍କ କହିବା କଥା ହନିଫା ଦାବି କରିଥିଲେ ଯେ ତାଙ୍କ ଝିଅର ଫୋନ ୨ ଦିନ ହେଲା ବନ୍ଦ ରହିଛି। ଜ୍ୱାଇଁଙ୍କ ଫୋନ ବାଜୁଥିଲେ ହେଁ ସେ ଉତ୍ତର ଦେଉ ନାହାନ୍ତି। ଏହି ସମୟରେ ପୁଲିସ୍‌ କଂସେଇ ଖାନା ନିକଟରୁ ଜବତ କରିଥିବା କଟା ମୁଣ୍ଡକୁ ହନିଫାଙ୍କୁ ଦେଖାଇଥିଲା। ସେ କଟା ମୁଣ୍ତ ମୁସ୍କାନଙ୍କର ବୋଲି ଚିହ୍ନଟ କରିଥିଲେ।

ତେବେ ହତ୍ୟା କେଉଁଠାରେ ହୋଇଛି ଓ କାହିଁକି ହୋଇଛି, ସେ ସମ୍ପର୍କରେ ଇନସପେକ୍ଟର ଅଶୋକ କିଛି ବି କହି ନାହାନ୍ତି। ଜବତ କଟା ମୁଣ୍ତକୁ ଇନ୍ଦିରା ଗାନ୍ଧି ସବ ଜିଲ୍ଲା ହସ୍ପିଟାଲକୁ ପଠା ଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

Crime Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe