Advertisment

ପତ୍ନୀଙ୍କ ମୁଣ୍ଡ କାଟିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରିଦେଲେ

ସୋମବାର ରାତିରେ ପୁଷ୍ପା ଓ ଶିବରାମଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଶିବରାମ ରାଗି ଯାଇ ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଥମେ ପୁଷ୍ପାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ।

Karnataka

Karnataka

Advertisment

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଛନ୍ତି। କର୍ଣ୍ଣାଟକାର ତୁମାକୁରୁ ଜିଲ୍ଲା ହୋସପେଟ ଗାଁରେ ଏପରି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ୩୨ ବର୍ଷୀୟ ପୁଷ୍ପା। ପୁଲିସ୍‌ ପୁଷ୍ପାଙ୍କୁ ହତ୍ୟା କରିବା ଘଟଣାରେ ତାଙ୍କ ସ୍ୱାମୀ ଶିବରାମଙ୍କୁ ଗିରଫ କରିଛି।

Advertisment

ସୋମବାର ରାତିରେ ପୁଷ୍ପା ଓ ଶିବରାମଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଶିବରାମ ରାଗି ଯାଇ ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଥମେ ପୁଷ୍ପାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ।

ଏହାପରେ ପୁଷ୍ପାଙ୍କ ମୃତଦେହକୁ ରୋଷେଇ ଘରକୁ ନେଇ ଯାଇଥିଲେ। ସେଠାରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ଶିବରାମଙ୍କ ସବୁ ଯୋଜନାରେ ପାଣି ପକାଇ ଦେଇଛି।

Advertisment

ପୁଷ୍ପାଙ୍କ ଘର କର୍ଣ୍ଣାଟକାର ସାଗର ଟାଉନରେ। ସେ ଓ ଶିବରାମ ତାଙ୍କ ୮ ବର୍ଷର ପୁଅ ସହ ହୋସପେଟର ଗୋଟିଏ ଗାଁରେ ଘର ଭଡ଼ା ନେଇ ରହୁଥିଲେ। ଶିବରାମ ଗାଁ ନିକଟରେ ଥିବା ସମିଲ୍‌ରେ ହେଲପର ଭାବେ କାମ କରୁଥିଲେ।

ତେବେ ଦମ୍ପତିଙ୍କ ମଧ୍ୟରେ ସବୁବେଳେ କଳି ଲାଗୁଥିଲା। ଶେଷରେ ସୋମବାର ଏହା ଭୟଙ୍କର ରୂପ ନେଇଥିଲା। ଯୁକ୍ତିତର୍କ ବଢ଼ି ଯିବାରୁ ଶିବରାମ ପତ୍ନୀ ପୁଷ୍ପାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଛନ୍ତି।

Karnataka Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe