Advertisment

ଅଣ୍ଡା ତରକାରୀ ପାଇଁ ଲିଭ ଇନ ପାର୍ଟନରଙ୍କୁ ପିଟିପିଟି ହତ୍ୟା

ପ୍ରାୟ ୬ ମାସ ତଳେ ତାଙ୍କର ଦେଖା ୩୨ ବର୍ଷୀୟ ଅଞ୍ଜଳୀଙ୍କ ସହ ଦେଖା ହୋଇଥିଲା। ଏହି ଦେଖା ସାକ୍ଷାତ ପ୍ରେମର ରୂପ ନେଇଥିଲା।

Egg

Egg

Advertisment

ସାମାନ୍ୟ ଅଣ୍ଡା ତରକାରୀ ପାଇଁ ଯାଇଛି ଜୀବନ। ଅଣ୍ଡା ତରକାରୀ କରିବାକୁ ମନା କରିବାରୁ ନିଜର ଲିଭ ଇନ ପାର୍ଟନରଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଦେଶର ରାଜଧାନୀ ଦିଲ୍ଲୀର ପାଲମ ବିହାରରେ ଥିବା ଗୋଟିଏ ନିର୍ମାଣଧୀନ କୋଠାରେ ଏହି ଘଟଣା ଗତ ସପ୍ତାହରେ ଘଟିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି।

Advertisment

ପୁଲିସର କହିବା କଥା ଯେ ୩୫ ବର୍ଷୀୟ ଲଲନ ଯାଦବଙ୍କ ଘର ବିହାରର ମାଧେପୁରାରେ। ସେ ୬ ବର୍ଷ ତଳେ ପରିବାର ଲୋକଙ୍କ ସହ ଝଗଡ଼ା କରି ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପତ୍ନୀ ସାପ କାମୁଡ଼ାରେ ପ୍ରାଣ ହରାଇ ସାରିଥିଲେ।

ଦିଲ୍ଲୀରେ ଲଲନ ଯାଦବ ଏକା ରହିବା ସହ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଥିଲେ। ପ୍ରାୟ ୬ ମାସ ତଳେ ତାଙ୍କର ଦେଖା ୩୨ ବର୍ଷୀୟ ଅଞ୍ଜଳୀଙ୍କ ସହ ଦେଖା ହୋଇଥିଲା। ଏହି ଦେଖା ସାକ୍ଷାତ ପ୍ରେମର ରୂପ ନେଇଥିଲା ଓ ଉଭୟ ଗୁରୁଗ୍ରାମରେ ଏକାଠି ଭଡ଼ା ଘରେ ରହିବା ଆରମ୍ଭ କରିଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା।

Advertisment

କିନ୍ତୁ ଗତ ମଙ୍ଗଳବାର ଲଲନ ଯାଦବ ମଦ ପିଇ ଘରକୁ ଆସିଥିଲେ। ସେ ଅଞ୍ଜଳୀଙ୍କୁ ଡିନରରେ ଅଣ୍ଡା ତରକାରୀ ରାନ୍ଧିବାକୁ କହିଥିଲେ। ହେଲେ ସେ ଅଣ୍ଡା ତରକାରୀ କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା।

ଶେଷରେ ଗୋଟିଏ ହାତୁଡ଼ି ଓ ବେଲ୍ଟରେ ଅଞ୍ଜଳୀଙ୍କୁ ଲଲନ ପିଟିବାକୁ ଲାଗିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ ବୁଧବାର କୋମା ଅଞ୍ଚଳରେ ଚାଲିଥିବା ନିର୍ମାଣଧୀନ କୋଠାରୁ ଅଞ୍ଜଳୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲା।

ଦମ୍ପତି ନିର୍ମାଣଧୀନ କୋଠାରେ ହିଁ ରହୁଥିଲେ। ମାର୍ଚ୍ଚ ୧୦ରେ ଅନ୍ୟ ଶ୍ରମିକମାନଙ୍କ ସହ ଲଲନ ଓ ଅଞ୍ଜଳୀ ମଧ୍ୟ ଏଠାକୁ ଆସିଥିଲେ। କଣ୍ଟ୍ରାକ୍ଟର ସେମାନଙ୍କୁ ନିର୍ମାଣ କାମ ଚାଲିଥିବା ସ୍ଥାନରେ ହିଁ ରହିବାର ବ୍ୟବସ୍ଥା କରି ଦେଇଥିଲେ।

ଡିନରକୁ ନେଇ ମାର୍ଚ୍ଚ ୧୨-୧୩ ତାରିଖ ରାତିରେ ଲଲନ ଓ ଅଞ୍ଜଳୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଲଲନ ପିଟିପିଟି ଅଞ୍ଜଳୀଙ୍କୁ ହତ୍ୟା କରିଥିଲେ। ଘଟଣା ପରେ ସେ ଫେରାର ହୋଇ ଯାଇଥିଲେ। କିନ୍ତୁ ପୁଲିସ ଶନିବାର ତାଙ୍କୁ ସରାଇ କାଲେ ଖାନ ଅଞ୍ଜଳରୁ ଗିରଫ କରିଛି। ସେ ମଧ୍ୟ ନିଜର ଅପରାଧକୁ ସ୍ୱୀକାର କରି ନେଇଛନ୍ତି।

Egg Masala Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe