ଜଣେ ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଦେଢ଼ଣମାଳ ଗାଁରେ ଏହି ଘଟଣା ଘଟିଛି। ମୁଢି ବିକାଳିକୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ଗୁରୁତର ମୁଢି ବିକାଳି ଜଣଙ୍କ ହେଲେ ଅଭଲେ ବିଶି l
ଆଜି ସକାଳେ ଘଣ୍ଟାପଡା ଗାଁର ଅଭଲେ ଦେଢ଼ଣମାଳ ଗାଁକୁ ମୁଢି ବିକିବାକୁ ଯାଇଥିଲେ। ତେବେ ସେହି ଗାଁରେ ଥିବା ଏକ ମୁଢି ମିଲ ମାଲିକ
ବାରଣ କରିବା ସତ୍ତ୍ୱେ କାହିଁକି ଗାଁକୁ ମୁଢ଼ି ବାକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତ୍ରିଲୋଚନ ଟାଙ୍ଗିଆ ଆଣି ଅଭଲେଙ୍କୁ ଆକ୍ରମଣ କରିଥିଲେ। ଗ୍ରମାବାସୀ ଅଭଲେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।