Advertisment

ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ବାପାଙ୍କୁ ଜୀବନ୍ତ ଜାଳି ଦେଲା

ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା।

author-image
Hemant Lenka
Fire

Fire

ବାପାଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛି ୨୬ ବର୍ଷୀୟ ପୁଅ। ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ଯୁବକ ଜଣକ ଏପରି କାଣ୍ଡ ଘଟାଇଛି। ଉତ୍ତର ପ୍ରଦେଶର ରାମପୁର ଗାଁରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ହତ୍ୟାକାରୀ ପୁଅ ଧର୍ମେଶ ରାୱତ ଓ ତା’ର ଗର୍ଲଫ୍ରେଣ୍ଡ ସଂଗୀତାକୁ ଗିରଫ କରିଛି।

Advertisment

ଗୁରୁବାର ଦିନ ୪୪ ବର୍ଷୀୟ ରାମୁ ରାୱତ ରାତ୍ର ଭୋଜନ ପରେ ନିଜ ଫସଲ ଜଗିବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ଶୁକ୍ରବାର ସକାଳୁ ତାଙ୍କ ପୋଡ଼ା ମୃତଦେହ ଚାଷ ଜମିରେ ଥିବା ୩୦ ଫୁଟ ଗଭୀର ବରୱେଲ ମଧ୍ୟରୁ ମିଳିଥିଲା। ରାମୁଙ୍କୁ କେହି ପୋଡ଼ି ମାରି ଦେଇଥିବା ଅଭିଯୋଗ କରି ତାଙ୍କ ଝିଅ ଜୁଲି ପ୍ରଥମେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ୍‌ ତଦନ୍ତ ବେଳେ ପୁଅ ଧର୍ମେଶ ସନ୍ଦେହ ଘେରକୁ ଆସିଥିଲା। ତା’ ସହ ଆଉ କିଛି ଲୋକଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖି ଜେରା କରିଥିଲା। ପ୍ରଥମେ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ଧର୍ମେଶ ଶେଷରେ ନିଜର ଅପରାଧକୁ ସ୍ୱୀକାର କରିଛି।

Advertisment

ପୁଲିସ୍‌ ତଦନ୍ତରୁ ଜଣା ପଡ଼ିଛି ଯେ ଧର୍ମେଶ ଆଶଙ୍କା କରୁଥିଲା ଯେ ବାପା ରାମୁ ତା’କୁ ପରିବାର ମାଲିକାନାରେ ଥିବା ୨.୫ ଏକର ଚାଷ ଜମିରୁ କିଛି ବି ଦେବେ ନାହିଁ। ତେବେ ସମ୍ପତ୍ତି ହାତେଇବା ପାଇଁ ସେ ଗର୍ଲଫ୍ରେଣ୍ଡ ସଂଗୀତା ସହ ମିଶି ଷଡ଼ଯନ୍ତ୍ର କରିଥିଲା।

ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ରାମୁଙ୍କ ସବୁ ସମ୍ପତ୍ତି ସଂଗୀତା ନିଜର ଓ ଧର୍ମେଶ ନାଁରେ କରିବାକୁ ଲକ୍ଷ୍ୟ ରଖିଥିଲା। ଘଟଣା ଦିନ ଧର୍ମେଶ ଓ ସଂଗୀତା ଚାଷ ଜମିରେ ଶୋଇଥିବା ରାମୁ ପାଖରେ ପହଞ୍ଚିଥିଲେ।

ଏହାପରେ ସବୁ ସମ୍ପତ୍ତିକୁ ସେମାନଙ୍କ ନାଁରେ କରିବାକୁ କହିଥିଲେ। ହେଲେ ରାମୁ ମନା କରିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏତିକି ବେଳେ ଧର୍ମେଶ ବାପା ରାମୁଙ୍କୁ ଜମିରେ ଥିବା ବରୱେଲ ଭିତରକୁ ଠେଲି ଦେଇଥିଲା। ଏହାପରେ ନଡ଼ା ପକାଇ ତାଙ୍କୁ ବରୱେଲ ଭିତରେ ଜୀଅନ୍ତା ଜାଳି ଦେଇଥିଲା। ଏଥିରେ ସଂଗୀତା ମଧ୍ୟ ତା’କୁ ସହଯୋଗ କରିଥିଲା।

Uttar Pradesh Police