/odisha-reporter/media/media_files/2025/12/15/murder-2025-12-15-15-58-55.jpg)
ଗଣେଶ ଚୌହାନ
ଜଣେ ବ୍ୟକ୍ତିଙ୍କ ଦଗ୍ଧ ମୃତଦେହ ତାଙ୍କ କାର ଭିତରୁ ମିଳିଛି। ପୋଡ଼ା କାର ଭିତରେ ଥିବା ଗୋଟିଏ ଅଖା ଭିତରୁ ମୃତଦେକୁ ଉଦ୍ଧାର କରାଯାଇଛି। ତାଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଜୀବନ୍ତ ଅବସ୍ଥାରେ ଅଖାରେ ଭର୍ତ୍ତି କରିଥିଲେ। ଏହାପରେ କାରରେ ବସାଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏଥିଯୋଗୁ ବ୍ୟକ୍ତି ଜଣଙ୍କ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର(Maharashtra)ର ଲାଟୁର ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ମୃତକ ଜଣଙ୍କ ହେଲେ ଗଣେଶ ଚୌହାନ। ସେ ଅଉସା ଟଣ୍ଡନରେ ରହିବା ସହ ଆଇସିଆଇସିଆଇ ବ୍ୟାଙ୍କର ରିକଭରୀ ଏଜେଣ୍ଟ ଭାବେ କାମ କରୁଥିଲେ। କିନ୍ତୁ ରବିବାର କିଛି ଅଜଣା ଦୁର୍ବୃତ୍ତ ତାଙ୍କ ସହ ଏପରି କାଣ୍ଡ ଘଟାଇଛନ୍ତି। ଅତ୍ୟନ୍ତ ନିର୍ମମ ଭାବେ ତାଙ୍କୁ ହତ୍ୟା(Murder Case) କରାଯାଇଥିବା ଜଣାପଡ଼ିଛି।
ପୁଲିସ ଘଟଣା ସ୍ଥଳରେ ଯାଞ୍ଚ କରି ମୃତଦେହକୁ ପରିବାର ଲୋକଙ୍କୁ ହସନ୍ତାନ୍ତର କରିଛି। ଏବେ ପୁଲିସ୍ ହତ୍ୟା ପଛର କାରଣ ଖୋଜିବାରେ ଲାଗିଛି। ଗଣେଶଙ୍କ ପରିବାର ଲୋକଙ୍କ କହିବା କଥା ଯେ ରବିବାର ସେମାନେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ଫୋନ ଅଫ ଥିଲା। ଏହାପରେ ସେମାନେ ଖୋଜାଖୋଜି କରିବାରୁ ଘଟଣା ସମ୍ପର୍କରେ ଖବର ପାଇଥିଲେ।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ରାତି ପ୍ରାୟ ୧୨.୩୦ରେ ୧୧୨କୁ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ଭନାଭାଡା ରାସ୍ତାରେ ଗୋଟିଏ କାର ଜଳୁଥିବା କହିଥିଲେ। ଏହି ଖବର ପାଇ ଆମ କର୍ମଚାରୀ ଓ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ କାର ଭିତରୁ ଗୋଟିଏ ମୃତଦେହ ମିଳିଥିଲା। ଏହା ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ଏଥିଯୋଗୁ ଆମେ ମେଡିକାଲ ଟିମକୁ ଘଟଣାସ୍ଥଳକୁ ଡାକିଥିଲୁ। ଫରେନ୍ସିକ ଟିମ ମଧ୍ୟ ଘଟଣା ସ୍ଥଳର ଯାଞ୍ଚ କରିଛି।
ମୃତକଙ୍କ ପରିଚୟକୁ ପୁଲିସ ଗାଡ଼ି ନମ୍ବରରୁ ଠାବ କରିଥିଲା। ଶେଷରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଏହାକୁ ହସ୍ତାନ୍ତର କରାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
