Advertisment

ଦିଲ୍ଲୀ ଏୟାରପୋର୍ଟରୁ ଧରା ପଡ଼ିଲେ ନକଲି ପାଇଲଟ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଙ୍ଗୀତ ସିଂହ ନକଲି ଆଇକାର୍ଡ ପକାଇବା ସହ ସିଙ୍ଗାପୁର ଏୟାର ଲାଇନ୍ସରେ କାମ କରୁଥିବା ସମସ୍ତଙ୍କୁ କହି ବୁଲୁଥିଲେ।

author-image
Hemant Lenka
Pilot

Pilot

ନିଜକୁ ପାଇଲଟ୍‌ର ପରିଚୟ ଦେଇ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ବୁଲୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରି ଅର୍ଦ୍ଧସମାରିକ ବାହିନୀ। ନକଲି ପାଇଲଟ ଜଣଙ୍କ ହେଉଛନ୍ତି ସଙ୍ଗୀତ ସିଂହ। ତାଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ।

Advertisment

ସେ ପାଇଲଟ ୟୁନିଫର୍ମ ପିନ୍ଧି ଏୟାରପୋର୍ଟର ସ୍କାଏୱାକ ନିକଟରେ ବୁଲୁଥିବା ବେଳେ ତାଙ୍କ ଉପରେ ସିଆଇଏସଏଫ ଯବାନଙ୍କ ନଜର ପଡ଼ିଥିଲା। ବିମାନ ଚଳାଇବାର ତାଙ୍କ ପାଖରେ କୌଣସି ଲାଇସେନ୍ସ ନଥିବା ବେଳେ ସେ ନିଜ ପରିବାର ଲୋକଙ୍କୁ ମିଛ କହୁଥିଲେ। ସେ ଗୋଟିଏ ବ୍ୟବସାୟିକ ବିମାନର ପାଲଟ ବୋଲି ପରିବାର ଲୋକଙ୍କୁ ଜଣାଇବା ପାଇଁ ଏପରି ପଦକ୍ଷେପ ନେଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଙ୍ଗୀତ ସିଂହ ନକଲି ଆଇକାର୍ଡ ପକାଇବା ସହ ସିଙ୍ଗାପୁର ଏୟାର ଲାଇନ୍ସରେ କାମ କରୁଥିବା ସମସ୍ତଙ୍କୁ କହି ବୁଲୁଥିଲେ।

Advertisment

ତେବେ ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା ଯେ ସଙ୍ଗୀତ ସିଂହ ଦାବିରେ କୌଣସି ସତ୍ୟତା ନାହିଁ। ସେ ବେଆଇନ ଭାବେ ସିଙ୍ଗାପୁର ଏୟାରଲାଇନ୍ସର ଆଇକାର୍ଡ ହାତେଇଥିଲେ। ଗୋଟିଏ ବିଜନେସ କାର୍ଡ ମେକର ଆପ୍ଲିକେସନରୁ ସେ ପରିଚୟପତ୍ର ହାସଲ କରିଥିଲା। ସେହିପରି ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ସେ ପାଇଲଟ ୟୁନିଫର୍ମ ଆଣିଥିଲେ।

୨୦୨୦ରେ ସେ ମୁମ୍ବାଇରେ ଗୋଟିଏ ବର୍ଷ ପାଇଁ ବେସାମାରିକ ବିମାନ ଚଳାଚଳ ସମ୍ପର୍କିତ ଗୋଟିଏ କୋର୍ସ କରିଥିଲେ। ଏବେ ତାଙ୍କୁ ସିଆଇଏସଏଫ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

Uttar Pradesh Delhi