Advertisment

ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଧରାପଡ଼ିଲେ

ଜରକ ଗାଁର କିଶୋର କାରୁଆଙ୍କ ଟ୍ରାକ୍ଟରଟି ଗତକାଲି ରାତିରେ ତାଙ୍କ ଘର ସମ୍ମୁଖରେ ଥିଲା।

Theif

Theif

Advertisment

ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଜରକ ଗାଁରେ ଗତକାଲି ରାତିରେ କିଛି ଚୋର ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଗାଁ ଲୋକେ ଜଣଙ୍କୁ ଧରି ପକାଇଥିଲେ। ତାଙ୍କୁ ମାଡ଼ମାରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅଟକ ରଖିବା ସହ ଏକ ବାଇକୁ ଜବତ କରିଥିଲେ। ଆଜି ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଯୁବକ, ବାଇକ୍ ଓ ଟ୍ରାକ୍ଟରରୁ ଖୋଲା ଯାଇଥିବା ବ୍ୟାଟେରୀକୁ ନେଇ ଥାନାକୁ ଯାଇଥିଲେ। ଥାନାରେ ଅଟକ ଥିବା ଯୁବକଙ୍କ ନାଁ ସୁଶୀଲ ପାତ୍ର। ତାଙ୍କ ଘର ଠାକୁରମୁଣ୍ଡାର ବନ୍ଧ ସାହିରେ।

Advertisment

ଜରକ ଗାଁର କିଶୋର କାରୁଆଙ୍କ ଟ୍ରାକ୍ଟରଟି ଗତକାଲି ରାତିରେ ତାଙ୍କ ଘର ସମ୍ମୁଖରେ ଥିଲା। ରାତି ପ୍ରାୟ ୧୧ଟା ବେଳେ ଟ୍ରାକ୍ଟରରୁ କିଛି ଲୋକ ବ୍ୟାଟେରୀ ଖୋଲୁଥିବା ପଡ଼ୋଶୀ ଘର ଲୋକେ ଦେଖିଥିଲେ। ସେମାନେ ପାଟି କରି ବାହାରକୁ ଆସିବା ପରେ ଗାଁର ଅନ୍ୟ ଲୋକମାନେ ସେଠାରେ ପହଞ୍ଚିଥିଲେ। ଅନ୍ୟ ଚୋରମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ସୁଶୀଲ ପାତ୍ରଙ୍କୁ କାବୁ କରିଥିଲେ ଲୋକେ।

ପୁଲିସ୍ ସୁଶୀଲଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି। ଠାକୁରମୁଣ୍ଡା ଓ ମହୁଲଡ଼ିହା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ରାତିରେ ଗାଡ଼ି ଗୁଡିକରୁ ବ୍ୟାଟେରୀ ଚୋରି ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ସୁଶୀଲ ଧରାପଡ଼ିଛନ୍ତି।

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe