Advertisment

ଅଧାରେ ରହିଲା ଜନ୍ମଦିନ ପାଳନ, ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ମଦ ଦୋକାନ ପାଖରେ ସାମାନ୍ୟ ଝଗଡ଼ା ତାଙ୍କ ଜୀବନ ନେଇ ଯାଇଛି।

Vikash

Vikash

Advertisment

ବନ୍ଧୁଙ୍କ ସହ ଜଣେ ଯୁବକ ବେଶ ହସଖୁସିରେ ଜନ୍ମଦିନ ପାଳନ କରୁଥିଲେ। ରାତିତମାମ ସେ ବନ୍ଧୁମାନଙ୍କ ସହ ଜନ୍ମଦିନ ଉତ୍ସବ ପାଳି ଥାଆନ୍ତେ। କିନ୍ତୁ ମଦ ଦୋକାନ ପାଖରେ ସାମାନ୍ୟ ଝଗଡ଼ା ତାଙ୍କ ଜୀବନ ନେଇ ଯାଇଛି। ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀ ଭୁଷି ହତ୍ୟା କରିଛନ୍ତି। ଦିଲ୍ଲୀର ଘାଜିପୁରରେ ବୁଧବାର ରାତିରେ ଏପରି ଘଟଣା ଘଟିଥିଲା।

Advertisment

ମୃତକ ଜଣଙ୍କ ହେଲେ ବିକାଶ। ସେ ତାଙ୍କ ସାଙ୍ଗ ସୁମିତଙ୍କୁ ସାଙ୍ଗରେ ଧରି କାରରେ ପେପର ମାର୍କେଟ ଅଞ୍ଚଳରେ ଥିବା ଗୋଟିଏ ମଦ ଦୋକାନକୁ ଯାଇଥିଲେ। ସେମାନେ କାରରେ ବସିଥିବା ବେଳେ ବାଇକରେ ଆସିଥିବା ଜଣେ ଯୁବକ ସେଠାରେ ପହଞ୍ଚିଥିଲେ। ତାଙ୍କ ବାଇକଟି କାରରେ ଘସି ହୋଇଯାଇଥିଲା।

ଏଥିରେ ରାଗି ଯାଇ ବିକାଶ ବାଇକ ଚାଳକଙ୍କୁ ପାଟି କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କିଛି ସମୟରେ ଏହି ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ବାଇକ ଚାଳକ ଜଣଙ୍କ ଫୋନ କରି ତାଙ୍କର କିଛି ସହଯୋଗୀଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ।

Advertisment

ଫୋନ ପାଇ ପ୍ରାୟ ୬ ଜଣ ଛୁରୀ ଓ ରଡ ଧରି ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ବିକାଶ ଓ ତାଙ୍କ ବନ୍ଧୁ ସୁମିତଙ୍କୁ ରଡରେ ମାଡ଼ ମାରିଥିଲେ। ଅଭିଯୁକ୍ତମାନେ ବିକାଶ ଓ ସୁମିତଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲେ। ଛୁରୀ ମାଡ଼ ଯୋଗୁ ବିକାଶ ଘଟଣା ସ୍ଥଳରେ ପ୍ରାଣ ହରାଥିଲେ। ଏହା ଦେଖି ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥନୀୟ ଲୋକ ତୁରନ୍ତ ସୁମିତ ଓ ବିକାଶଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ବିକାଶଙ୍କୁ ମୃତ ଘୋଷଣା କରାଯାଇଥିଲା। ସୁମିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିକାଶଙ୍କ ଘର ଫରଦାବାଦରେ ଓ ନିକଟରେ ସେ ବିବାହ କରିଥାଆନ୍ତେ। ବିକାଶ ଓ ସୁମିତ ନୋଏଡାର ଗୋଟିଏ ଘରୋଇ ବୀମା କମ୍ପାନୀରେ କାମ କରନ୍ତି। ବୁଧବାର ସକାଳେ ସେ କାମକୁ ଯାଇଥିଲେ। ରାତିରେ ସାଙ୍ଗମାନଙ୍କ ପାଖରେ ରହି ଜନ୍ମଦିନ ପାଳିବାର ଯୋଜନା କରିଥିଲେ ବୋଲି ତାଙ୍କ ମା’ କହିଛନ୍ତି।

Delhi Crime Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe