ଚିକିତ୍ସିତ ହେଉଥିବା ରାମବାବୁ
ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ତାଙ୍କ ସମଲିଙ୍ଗୀ ପାର୍ଟନର ଜଘନ୍ୟକାଣ୍ଡ ଘଟାଇଛନ୍ତି। ୬ ବର୍ଷର ଝିଅକୁ ସମଲିଙ୍ଗୀ ପାର୍ଟନର ଦୁଷ୍କର୍ମ(Crime) କରିଥିବା ସେ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ। ସେ ରାଗରେ ସମଲିଙ୍ଗୀ ପାର୍ଟନରଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ନିଜେ ଘର ଭିତରେ ବେକରେ ବେଡଶିଟ୍ ବାନ୍ଧି ଝୁଲି ପଡ଼ିଛନ୍ତି। ଉତ୍ତର ପ୍ରଦେଶ( Uttar Pradesh)ର ଦେଓରିଆ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୁଲିସ୍ର କହିବା କଥା ଯେ ସ୍ଥାନୀୟ ମେଲୋଡି ଗ୍ରୁପରେ କାମ କରୁଥିବା ଜଣେ ୩୨ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଠାରୁ ବେଶ କିଛି ମାସ ହେବ ଅଲଗା ହୋଇ ରହିଥିଲେ। ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ସେ ଗୋଟିଏ ଛୋଟ ଘର ଭଡ଼ା ନେଇଥିଲେ ଓ ନିଜର ବନ୍ଧୁ ୩୫ ବର୍ଷୀୟ ରାମବାବୁ ଯାଦବଙ୍କ ସହ ସେଠାରେ ରହିଥିଲେ।
ସମୟକ୍ରମେ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବଢ଼ିଥିଲା। ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିବା ବ୍ୟକ୍ତି ଓ ରାମବାବୁ ଯାଦବଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ସମଲିଙ୍ଗୀ ସମ୍ପର୍କ। ୩୨ ବର୍ଷୀୟ ବ୍ୟକ୍ତି ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ଜଣେ ୬ ବର୍ଷର ଝିଅ ମଧ୍ୟ ଥିଲା। ତଥାପି ରାମବାବୁ ଓ ସେ ସମଲିଙ୍ଗୀ ସମ୍ପର୍କ ରଖିଥିଲେ। ଏକଥା କାହାକୁ ଜଣା ନଥିଲା। ପତ୍ନୀଙ୍କ ଠାରୁ ବ୍ୟକ୍ତି ଜଣଙ୍କ ଅଲଗା ହୋଇଥିଲେ ହେଁ ଝିଅ ମଝିରେ ମଝିରେ ଭଡ଼ା ଘରକୁ ଆସି ତାଙ୍କୁ ଦେଖା କରୁଥିଲେ।
ତେବେ ଚଳିତ ସପ୍ତାହରେ ଝିଅଟି ବାପାଙ୍କୁ ଦେଖା କରିବାକୁ ଆସିବା ପରେ ରାମବାବୁ ତାକୁ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ ଝିଅର ବାପା ଜାଣିବା ପରେ ରାମବାବୁଙ୍କୁ ପଚାରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ବ୍ୟକ୍ତି ଜଣଙ୍କ ରାମବାବୁଙ୍କ ଗୁପ୍ତାଙ୍ଗ କାଟି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ଦେଓରିଆ ମେଡିକାଲ କଲେଜ ଓ ଏହାପରେ ଗୋରଖପୁର ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ପୁଲିସ୍ର ନଜରବନ୍ଦୀରେ ରହିଛନ୍ତି। ପୀଡ଼ିତାଙ୍କ ବାପାଙ୍କ ଅନୁସାରେ ରାମବାବୁଙ୍କ ନାଁରେ ପୁଲିସ୍ ପୋକ୍ସୋ ଦଫାରେ ମାମଲା ରୁଜୁ କରିଛି।
କିନ୍ତୁ ଜେରା ବେଳେ ରାମବାବୁ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି। ପୀଡ଼ିତାଙ୍କ ବାପାଙ୍କ ସହ ରାମବାବୁ ସମଲିଙ୍ଗୀ ସମ୍ପର୍କ ରଖୁଥିଲେ ବୋଲି ପୁଲିସ୍କୁ କହିଛନ୍ତି। ସମଲିଙ୍ଗୀ ସମ୍ପର୍କ କଥା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଜଣଙ୍କ ଲଜ୍ଜାବୋଧ କରିଥିଲେ। ସେ ଆଦୌ ଘରୁ ବାହାରି ନଥିଲେ। ଶେଷରେ ଶୁକ୍ରବାର ଭଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି।
ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏଏସ୍ପି ସୁନୀଲ କୁମାର ସିଂହ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ଝୁଲିବା ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।
ତେବେ ଅନ୍ୟ ଦିଗଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି। ପୀଡ଼ିତା ଜଣଙ୍କ ତାଙ୍କ ଅଜାଆଈଙ୍କ ଘରକୁ ଯାଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଓ କାଉନସେଲିଂ କରାଯାଉଛି। ଘଟଣା ସ୍ଥଳରୁ ସବୁ ପ୍ରକାରର ପ୍ରମାଣ ସଂଗ୍ରହ କରାଯାଇଛି ଓ ପିଲାଟିର ଡାକ୍ତରୀ ମାଇନା ଶେଷ ହୋଇଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/24/up-2025-10-24-18-21-15.jpg)