Advertisment

ପ୍ରଶାସନ ନିର୍ବନ୍ଧ ବନ୍ଦ କଲା, ରାଗରେ ନାବାଳିକାର ମୁଣ୍ଡ କାଟି ଦେଲା ଯୁବକ

ଯୁବକ ଜଣକ ନିର୍ବନ୍ଧକୁ ପ୍ରଶାସନ ଗୁରୁବାର ଅଟକାଇ ଦେଇଥିଲା। ସେ ବିବାହ କରିବାକୁ ଯାଉଥିବା ଝିଅର ବୟସ ୧୬ ହୋଇଥିବାରୁ ପ୍ରଶାସନ ଏହାକୁ ବନ୍ଦ କରିଥିଲା।

Attacker

Attacker

Advertisment

ଭୟଙ୍କର କାଣ୍ଡ ଘଟାଇଛି ଜଣେ ଯୁବକ। ଯାହାଙ୍କୁ ବାହା ହେବାକୁ ଯାଉଥିଲା, ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛି ଯୁବକ ଜଣକ। ଏଥିସହ କଟା ମୁଣ୍ଡକୁ ଧରି ଯୁବକ ଜଣକ ଫେରାର ବି ହୋଇ ଯାଇଛି।

Advertisment

ଯୁବକ ଜଣକ ନିର୍ବନ୍ଧକୁ ପ୍ରଶାସନ ଗୁରୁବାର ଅଟକାଇ ଦେଇଥିଲା। ସେ ବିବାହ କରିବାକୁ ଯାଉଥିବା ଝିଅର ବୟସ ୧୬ ହୋଇଥିବାରୁ ପ୍ରଶାସନ ଏହାକୁ ବନ୍ଦ କରିଥିଲା। ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନରେ ରାଗି ଯାଇ ଯୁବକ ଜଣକ ଯେଉଁ ନାବାଳିକାଙ୍କ ସହ ନିର୍ବନ୍ଧ କରିବାକୁ ଯାଉଥିଲା, ତାଙ୍କ ମୁଣ୍ଡ କାଟି ଦେଇଛି। କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଛି।

ପୁଲିସ କହିଛି ଯେ ୩୨ ବର୍ଷୀୟ ପ୍ରକାଶର ବିବାହ ୧୬ ବର୍ଷୀୟ ମୀନା ସହ ଠିକ ହୋଇଥିଲା। ମାଡିକେରେର ସୁରଲାବ୍ବି ଗାଁରେ ରହୁଥିବା ମୀନା ବୁଧବାର ହିଁ ୧୦ମ ପାସ କରିଥିଲେ। ତଥାପି ତାଙ୍କ ଘର ଲୋକ ପ୍ରକାଶ ସହ ତାଙ୍କ ବାହା ଘର ଠିକ କରିଥିଲେ। ଗୁରୁବାର ପ୍ରକାଶ ଓ ମୀନାଙ୍କ ନିର୍ବନ୍ଧ ହେବାର ଥିଲା। କିନ୍ତୁ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ କେହି ଶିଶୁ କଲ୍ୟାଣ ବିଭାଗକୁ ଖବର ଦେଇଥିଲା।

Advertisment

ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୀନାଙ୍କ ବୟସ ୧୮ ହୋଇ ନଥିବାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ। ପରିବାର ଲୋକଙ୍କୁ ବୁଝାସୁଝା କରାଯାଇଥିଲା ଓ ମୀନାଙ୍କୁ ୧୮ ବର୍ଷ ହେବା ଯାଏ ବାହାଘରକୁ ସ୍ଥଗିତ ରଖିବା ପାଇଁ କୁହାଯାଇଥିଲା। ସେମାନେ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ।

କିନ୍ତୁ ଏକଥା ପ୍ରକାଶକୁ ଭାରି ବାଧିଥିଲା। ନିର୍ବନ୍ଧ ବନ୍ଦ ହେବାର କିଛି ଘଣ୍ଟା ପରେ ପ୍ରକାଶ ବଳପୂର୍ବକ ମୀନାଙ୍କ ଘରେ ଧସେଇ ପଶିଥିଲା ଓ ତାଙ୍କ ବାପା ମା’ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

ଏହାପରେ ମୀନାଙ୍କୁ ଘର ଭିତରୁ ୧୦୦ ମିଟର ଯାଏ ବାହାକୁ ଘୋଷାଡ଼ି ଆଣିଥିଲା। ବିଚ ରାସ୍ତାରେ ସେ ମୀନାର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ। ଶେଷରେ କଟା ମୁଣ୍ଡକୁ ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।

ଘଟଣା ପରଠାରୁ ପ୍ରକାଶ ନିଖୋଜ ଥିବାରୁ ତାକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ସେହିପରି ଆକ୍ରମଣରେ ଗୁରୁତର ହୋଇଥିବା ମୀନାଙ୍କ ବାପା ମା’ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Karnataka Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe