Advertisment

କେରଳ ବିସ୍ଫୋରଣ ମାମଲା: ନିଜକୁ ଦାୟୀ କରି ବ୍ୟକ୍ତିଙ୍କ ଆତ୍ମସମର୍ପଣ, ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ଗତକାଲି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି।

author-image
Niharika Rout
 Man Surrendered & Blast Place

Man Surrendered & Blast Place

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ଗତକାଲି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଡୋମିନିକ ମାର୍ଟିନ ବୋଲି ଜଣାଯାଇଛି। ଏହି ବିସ୍ଫୋରଣ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଅପରପକ୍ଷେ, ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୩ ଛୁଇଁଛି। ଗତ ରାତିରେ ଜଣେ ୧୨ ବର୍ଷୀୟା ନାବାଳିକା ଆଖି ବୁଜିଛନ୍ତି ।

Advertisment

କେରଳ ପୁଲିସ୍‌ର ଏଡିଜିପି ଏମଆର ଅଜିତ କୁମାରଙ୍କ କହିବାନୁଯାୟୀ, କୋଡକରା ପୁଲିସ୍‌ ଷ୍ଟେଶନରେ ଡୋମିନିକ ମାର୍ଟିନ ନାମକ ବ୍ୟକ୍ତି ଆତ୍ମସମର୍ପଣ କରିଥିବା ବେଳେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ମଧ୍ୟ ସମାନ ଧର୍ମାବଲମ୍ବୀ ବୋଲି କହିଛନ୍ତି। ପୁଲିସ୍‌ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଛି। ତେବେ ଏହି ବ୍ଲାଷ୍ଟ ପଛରେ ତାଙ୍କ ହାତ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହି ମାମଲାର ସବୁ ଦିଗରୁ ତଦନ୍ତ ଚାଲିଛି।

ଡୋମିନିକ ମାର୍ଟିନ ପୁଲିସ୍ ସମ୍ମୁଖରେ ଦେଖିଥିବା ବୟାନ ଅନିଯାୟୀ, ତାଙ୍କୁ ଇସାଇ ଧର୍ମାବଲମ୍ବୀଙ୍କ ବିଚାରଧାରା ପସନ୍ଦ ନୁହେଁ। ସେ ସେମାନଙ୍କୁ ଦେଶ ପାଇଁ ବିପଦ ବୋଲି ଭାବନ୍ତି। କାରଣ ସେମାନେ ଦେଶର ଯୁବବର୍ଗଙ୍କ ମୁଣ୍ଡରେ ବିଷ ଭର୍ତ୍ତି କରୁଛନ୍ତି। ତେଣୁ ସେ ପ୍ରାର୍ଥନା ସଭାରେ ବମ୍‌ ବ୍ଲାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Advertisment

ଏହି ମାମଲାର ତଦନ୍ତ ପାଇଁ କେରଳ ସରକାର ଏକ ୨୦ ଜଣିଆ ଟିମ୍‌ ଗଠନ କରିଥିବା ନୂଆଦିଲ୍ଲୀରୁ ଏନଏସ୍‌ଜିର ଏକ ସ୍ପେଶାଲ ଟିମ୍‌ ଏର୍ଣ୍ଣାକୁଲମାରେ ପହଞ୍ଚିଥିଲା।

 ଗତକାଲି ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୩ ଛୁଇଁଛି। ଏହି ବିସ୍ଫୋରଣରେ ୫୦ରୁ ଅଧିକ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ମୃତା ନାବାଳିକାଜଣକ ଏର୍ଣ୍ଣାକୁଲମା ଜିଲ୍ଲାର ମଲ୍ଲୟଟ୍ଟୁରର ବାସିନ୍ଦା ଲିବନା ବୋଲି ଜଣାଯାଇଛି।

ମେଡିକାଲ ତରଫରୁ ଜାରି ବୁଲେଟିନରେ କୁହାଯାଇଛି, ବିସ୍ଫୋରଣରେ ଲିବନାଙ୍କ ଶରୀରର ୯୫% ଜଳି ଯାଇଥିବା ବେଳେ ଗତକାଲି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ସତ୍ତ୍ୱେ ତାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲ। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ସକାଳେ ଏର୍ଣ୍ଣାକୁଲମସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ପ୍ରାର୍ଥନା ଚାଲିଥିଲା। ସେଥିରେ ପାଖାପାଖି ୨ ହଜାରରୁ ଅଧିକ ଲୋକେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକି ବେଳେ ବିସ୍ଫୋରଣ ହୋଇଥିଲା।

 ଗତକାଲି ଭୟଙ୍କର ବିସ୍ଫୋରଣରେ ଦୋହଲି ଉଠିଥିଲା ପୂରା କନ୍‌ଭେନ୍‌ସନ ହଲ୍‌। ଏହାପରେ ଲଗାତର ତିନି ଥର ବିସ୍ଫୋରଣ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ, ଏଣେତେଣେ ଦୌଡିବାକୁ ଲାଗିଥିଲେ। ବିସ୍ଫୋରଣ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୁଲିସ। କେହି ଯେପରି ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁ ଟିଫିନ୍ ଭିତରେ ରଖାଯାଇଥିଲା। ଏହି ସିରିଜ ବିସ୍ଫୋରଣର ତଦନ୍ତ ଏନ୍‌ଆଇ ଓ ଏନ୍‌ଏସ୍‌ଜି କରୁଛନ୍ତି।

Bomb Blast Kerala