Advertisment

ଚାପୁଡ଼ା ମାଡ଼ରେ ଟ୍ରାକ୍‌କୁ ଖସି ପଡ଼ିଲେ ଯୁବକ, ମାଡ଼ିଗଲା ଟ୍ରେନ

ପ୍ରଥମେ ଯୁକ୍ତି ତର୍କ ଓ ପରେ ଚାପୁଡ଼ା ମାଡ଼ରୁ ଯୁବକ ଜଣଙ୍କ ପ୍ଲାଟଫର୍ମରୁ ସିଧା ରେଳ ଟ୍ରାକ୍‌ରେ ପଡ଼ି ଯାଇଥିଲେ। ଏତିକି ବେଳେ ଟ୍ରାକ୍‌ରେ ଆସୁଥିବା ଟ୍ରେନଟି ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

CCTV

CCTV

Advertisment

ସାମାନ୍ୟ ଘଟଣାରୁ ଜଣେ ଯୁବକଙ୍କ ଭୟଙ୍କର ମୃତ୍ୟୁ ହୋଇଛି। ରେଳ ଲାଇନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ରହିବା ପରେ ଟ୍ରାକ୍‌ରେ ପଡ଼ି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

Advertisment

ପ୍ରଥମେ ଯୁକ୍ତି ତର୍କ ଓ ପରେ ଚାପୁଡ଼ା ମାଡ଼ରୁ ଯୁବକ ଜଣଙ୍କ ପ୍ଲାଟଫର୍ମରୁ ସିଧା ରେଳ ଟ୍ରାକ୍‌ରେ ପଡ଼ି ଯାଇଥିଲେ। ଏତିକି ବେଳେ ଟ୍ରାକ୍‌ରେ ଆସୁଥିବା ଟ୍ରେନଟି ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୁମ୍ବାଇର ସିଓନ ରେଳ ଷ୍ଟେସନରେ ପୂରା ଘଟଣା ଘଟିଛି।

ଜିଆରପି ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ୨୬ ବର୍ଷୀୟ ଦୀନେଶ। ସେ ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ ସପ୍ଲାଏ ଓ ଟ୍ରାନ୍ସପୋର୍ଟ(ବେଷ୍ଟ)ର କର୍ମଚାରୀ। 

Advertisment

ରବିବାର କୌଣସି ଏକ ସ୍ଥାନକୁ ଯିବା ପାଇଁ ଦୀନେଶ ପ୍ଲାଟଫର୍ମ ନମ୍ବର ୧ରେ ଛିଡ଼ା ହୋଇଥିଲେ। ରାତି ପ୍ରାୟ ୯.୧୫ରେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଯୋଗୁ ୩୦ ବର୍ଷୀୟ ଶୀତଲ ମୀନା ନାମକ ଜଣେ ମହିଳାଙ୍କ ସହ ସେ ମାଡ଼ ହୋଇଯାଇଥିଲେ।

ବାସ୍‌ ଏହାକୁ ନେଇ ପ୍ରଥମେ ଶୀତଲ ତାଙ୍କୁ ଛତାରେ ପିଟିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅଭିନାଶ(୩୫) ମଧ୍ୟ ଦୀନେଶକୁ ମାଡ଼ ମାରିଥିଲେ। ଦୀନେଶ ପ୍ଲାଟଫର୍ମ ଧାରରେ ଛିଡ଼ା ହୋଇଥିବା ବେଳେ ହଠାତ ଅବିନାଶ ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ସେ ଭାରସାମ୍ୟ ହରାଇ ସିଧା ଟ୍ରାକ୍‌କୁ ଖସି ପଡ଼ିଥିଲେ।

ଏତିକି ବେଳେ ଟ୍ରାକ୍‌ରେ ଗୋଟିଏ ଲୋକାଲ ଟ୍ରେନ ଆସୁଥିଲା। ଲୋକମାନେ ଭୟରେ ଦୀନେଶଙ୍କୁ ରକ୍ଷା କରିବା ପାଇଁ ଟ୍ରାକକୁ ଯାଇ ନଥିଲେ। ସେମାନେ ହାତ ହଲାଇ ଟ୍ରେନକୁ ଅଟକି ଯିବାକୁ ଇସାରା କରିଥିଲେ। ତଳେ ପଡ଼ି ଆହତ ହୋଇଥିବା ଦୀନେଶ ମଧ୍ୟ ଟ୍ରେନକୁ ଦେଖି ତରବରିଆ ଭାବେ ପ୍ଲାଟଫର୍ମରେ ଚଢ଼ିବାକୁ  ଚେଷ୍ଟା କରିଥିଲେ।

ହେଲେ ଠିକଣା ସମୟରେ ସେ ସଫଳ ହୋଇ ନଥିଲେ। ଟ୍ରେନ ଓ ଫ୍ଲାଟଫର୍ମ ମଝିରେ ପ୍ରଥମେ ସେ ଚାପି ହୋଇ ଯାଇଥିଲେ। ଏହାପରେ ପୁଣି ଟ୍ରାକକୁ ଖସି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଜିଆରପି ପୁଲିସ୍‌ ଶୀତଲ ଓ ତାଙ୍କ ସ୍ୱାମୀ ଅବିନାଶଙ୍କୁ ଗିରଫ କରିଛି। ଉଭୟ ମନଖୁର୍ଦ୍ଦ ଯିବା ପାଇଁ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ।

Mumbai Passenger Train CCTV Footage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe