Advertisment

ଅମାନୁଷିକ: ରାସ୍ତାରେ ଛେଚିଲା, ଗୋଡ଼ରେ ଦଳି କୁକୁର ଛୁଆକୁ ହତ୍ୟା

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Dog

Dog

ସାମ୍ନାକୁ ଆସିଛି ଛାତିକୁ ଦୋହଲାଇ ଦେବା ଭଳି ଖବର। ଜଣେ ବ୍ୟକ୍ତି ଅମାନବୀୟକାଣ୍ଡ ଘଟାଇଛି। ଗୋଟିଏ କୁକୁର ଛୁଆକୁ ସେ ରାସ୍ତାରେ ନିର୍ଜୀବ ବସ୍ତୁ ଭଳି ଛେଚିବା ସହ ତାକୁ ଗୋଡ଼ରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦଳି ହତ୍ୟା କରିଛି। ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।

Advertisment

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଡିସେମ୍ବର ୯ ତାରିଖରେ ଘଟଣା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଅମାନୁଷିକକାଣ୍ଡର ପୂରା ଦୃଶ୍ୟ ରହିଛି। ପ୍ରଥମେ ବ୍ୟକ୍ତି ଜଣକ କୁକୁର ଛୁଆକୁ ବହୁତ ଜୋରରେ ରାସ୍ତାରେ ଧରି ଛେଚି ଦେଇଥିଲା। ସେ ତଳେ ପଡ଼ି ବିକଳ ହେଉଥିବା ବେଳେ ବ୍ୟକ୍ତି ଜଣକ ନିଜ ଗୋଡ଼ରେ ତାକୁ ଦଳି ହତ୍ୟା କରିଥିଲା।

Advertisment

ଭିଡିଓରେ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଲେ ମୃତ୍ୟୁଞ୍ଜୟ ଜାଦାଉନ। ତା’ ଘର ଗୁନାର ରାଧାପୁର କୋଲନୀରେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତା’କୁ ଗିରଫ କରିଛି।

ଘଟଣା ଦିନ ମୃତ୍ୟୁଞ୍ଜୟ ଗୋଟିଏ ଦୋକାନ ବାହାରେ ବସି କିଛି ଖାଉଥିବା ବେଳେ ଦୁଇଟି କୁକୁର ଛୁଆ ତା’ ପାଖରେ ପହଞ୍ଚିଥିଲେ। ଏହି ସମୟରେ ସେ ଗୋଟିଏ କୁକୁର ଛୁଆକୁ ଧରିଥିଲା। ଅତ୍ୟନ୍ତ ଅମାନୁଷିକ ଢଙ୍ଗରେ ସେ କୁକୁର ଛୁଆଟିକୁ ରାସ୍ତାରେ ଛେଚି ଦେଇଥିଲା।

ଏହାପରେ ସେ କୁକୁର ଛୁଆକୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିଜ ଗୋଡ଼ରେ ଦଳି ରାସ୍ତା ଉପରେ ହତ୍ୟା କରିଥିଲା। ମୃତ୍ୟୁଞ୍ଜୟର ଜଣେ ମାନସିକ ରୋଗୀ ମଧ୍ୟ କିଛି ଲୋକ କହୁଛନ୍ତି। ଏବେ ପୁଲିସ୍‌ ତା’କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Madhya Pradesh