Advertisment

ଗାଁ ଦାଣ୍ଡରେ ଯାଉଥିଲେ ଦୁଇ ଜଣ, କୁରାଢ଼ିରେ ହାଣିଦେଲେ ଯୁବକ

ଆକ୍ରମଣକାରୀଜଣକ ଏକ କୁରାଢ଼ି ସାହାଯ୍ୟରେ ଦୁଇ ଜଣଙ୍କୁ ହାଣି ପକାଇଥିଲା। ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Family

Family

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଭିତରଣା କୋକିଠେଙ୍ଗରେ ଆଜି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅତର୍କିତ ଭାବେ ଜଣେ ଯୁବକ କୁରାଢ଼ିରେ ଦୁଇ ଜଣଙ୍କୁ ହାଣିଦେଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀ ଯୁବକ ଫେରାର ଥିବା ଜଣାପଡିଛି। ମୃତକ ସେହି ଗ୍ରାମର ବିନୋଦ ଦାସ ଏବଂ ଗୁରୁତର ଜଣକ ବିଷ୍ଣୁ ପଲେଇ ବୋଲି ଜଣାପଡିଛି।

ଆଜି ସକାଳ ପ୍ରାୟ ୯ଟା ସମୟରେ ସୁବାସ ବିଶ୍ଵାଳ ନିଜ ଘର ସମ୍ମୁଖରେ ଗଛ ହାଣୁଥିଲେ। ଉକ୍ତ ସମୟରେ ପ୍ରଥମେ ବିଷ୍ଣୁ ପଲେଇ ଉକ୍ତ ବାଟ ଦେଇ ଯାଉଥିବା ବେଳେ ସୁବାସ ତାଙ୍କ ପିଠିକୁ କୁରାଢ଼ିରେ ହାଣିଦେଇଥିଲେ। ସୁବାସ ଚିତ୍କାର କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏହାପରେ ଉକ୍ତ ରାସ୍ତା ଦେଇ ବିନୋଦ ଦାସ ଯାଉଥିବା ବେଳେ ସୁବାସ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। 

Advertisment

ଏତିକିରେ ବି ଶାନ୍ତ ନ ହୋଇ ସୁବାସ କିଛି ଦୂରରେ ଗାଧୋଉଥିବା ଜଣେ ମହିଳାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିବା ଜଣାଯାଇଛି। 

ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ସୁବାସଙ୍କ ସହ ସେମାନଙ୍କର କୌଣସି ପୂର୍ବ ଶତ୍ରୁତା ନ ଥିବା  ବିନୋଦ ଦାସ ଏବଂ ବିଷ୍ଣୁ ପଲେଇଙ୍କ ପରିବାର ଲୋକେ କହିଛନ୍ତି।   

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଁରେ ଲୁଚି ରହିଥିବା ସୁବାସଙ୍କୁ ବାହାର କରି କାବୁ କରିଥିବା ଜଣାଯାଇଛି ।

ଆକ୍ରମଣକାରୀ ଯୁବକ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ଏହାବାଦ ସେ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।  

Murder Jagatsinghpur