Advertisment

ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ଟିନିଆ ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଏକ ଭଡ଼ା ଘରେ ରହୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ବଜାର ସାହି ଛକ ନିକଟ ଏକ ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ହେମନ୍ତ କନକ ଗୋହି ଓରଫ ଟିନିଆ।

Advertisment

ଟିନିଆ ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ତେବେ ଟିନିଆଙ୍କୁ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Advertisment
Ganjam