Advertisment

ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କୁ ଦାୟୀ କରି ଜୀବନ ହାରିଲେ ସାମ୍ବାଦିକ

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତ ମିଶ୍ରା। ସେ ରାଜସ୍ଥାନର ଗୋଟିଏ ଆଞ୍ଚଳିକ ଗଣମାଧ୍ୟମରେ କାମ କରନ୍ତି। ସେ ଗୋବର୍ଦ୍ଧନବିଲାସ ଅଞ୍ଚଳରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡ ବିନ୍ସି ପରେରାଙ୍କ ଘରେ ହିଁ ଜୀବନ ହାରିଛନ୍ତି।

Man

Man

Advertisment

ନିଜକୁ ନିଜେ ଗୁଳି କରି ଜୀବନ ହାରିଛନ୍ତି ଜଣେ ୪୫ ବର୍ଷୀୟ ସାମ୍ବାଦିକ। ରାଜସ୍ଥାନର ଉଦୟପୁରରେ ରହୁଥିବା ଏହି ସାମ୍ବାଦିକ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଆତ୍ମହତ୍ୟା କରିବା ପାଇଁ ତାଙ୍କ ପତ୍ନୀ ଓ ତାଙ୍କ ଗର୍ଲଫ୍ରେଣ୍ଡ ଉଭୟଙ୍କୁ ଦାୟୀ କରିଛନ୍ତି।

Advertisment

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତ ମିଶ୍ରା। ସେ ରାଜସ୍ଥାନର ଗୋଟିଏ ଆଞ୍ଚଳିକ ଗଣମାଧ୍ୟମରେ କାମ କରନ୍ତି। ସେ ଗୋବର୍ଦ୍ଧନବିଲାସ ଅଞ୍ଚଳରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡ ବିନ୍ସି ପରେରାଙ୍କ ଘରେ ହିଁ ଜୀବନ ହାରିଛନ୍ତି।

ପୁଲିସ୍‌ କହିଛି ଯେ ଗୁରୁବାର ମଧ୍ୟାହ୍ନରେ ଭାରତ ମିଶ୍ରା ଓ ତାଙ୍କ ଗର୍ଲଫ୍ରେଣ୍ଡ ବିନ୍ସିଙ୍କ ମଧ୍ୟରେ ଫୋନ ଯୋଗେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସେହିଦିନ ସନ୍ଧ୍ୟାରେ ଭାରତ ଆତ୍ମହତ୍ୟା କରିଛନ୍ତି।

Advertisment

ଭାରତ ବିବାହିତ ହୋଇଥିଲେ ମଧ୍ୟ ବିନ୍ସିଙ୍କ ସହ ସମ୍ପର୍କ ରଖିଥିଲେ। ଏକଥା ତାଙ୍କ ପତ୍ନୀ କୌଶଲ୍ୟା ଜାଣିବା ପରେ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ବିନ୍ସି ମଧ୍ୟ ଭାରତ ବିବାହିତ ବୋଲି ଜାଣି ତାଙ୍କ ସହ ଝଗଡ଼ା କରୁଥିଲେ।

ଦୁଇ ଡଙ୍ଗାରେ ପାଦ ଦେଇ ମଝିରେ ଫସି ଯାଇଥିଲେ ଭାରତ। ଦିନକୁ ଦିନ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଥିଲା। ଉଭୟ କୌଶଲ୍ୟା ଓ ବିନ୍ସି ତାଙ୍କ ଜୀବନକୁ ତଳି ତଳାନ୍ତ କରିପକାଇଥିଲେ। ତେଣୁ ଉଭୟଙ୍କ ପାଇଁ ସେ ଜୀବନ ହାରୁଥିବା କଥା ଆତ୍ମହତ୍ୟା ପୂର୍ବରୁ ଫେସବୁକରେ ଲେଖିଥିବା ପୁଲିସ୍‌ କହିଛି।

ଘଟଣା ପରେ ଭାରତ ମିଶ୍ରାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। ଫରେନ୍ସି ଯାଞ୍ଚ ପରେ ଶୁକ୍ରବାର ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Rajasthan Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe