Advertisment

୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ

ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।

Nathuni Pal

Nathuni Pal

Advertisment

ବିହାରରେ ୧୭ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଲା। ଏହି ଘଟଣାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ବେଲରେ ଅଛନ୍ତି। ଆଉ ଏବେ ବିହାରର ସେହି ମୃତ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶର ଝାନସୀରୁ ଜୀବନ୍ତ ଠାବ କରିଛି ପୁଲିସ। ଉତ୍ତରପ୍ରଦେଶ ପୁଲିସ ପାଟ୍ରୋଲିଂ ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧରିବା ପରେ ଏହି ସମସ୍ତ ଘଟଣା ସାମ୍ନାକୁ ଆସିଛି।

Advertisment

ସୂଚନା ଅନୁସାରେ ଜାନୁଆରୀ ୬ ତାରିଖ ସନ୍ଧ୍ୟାରେ ପାଟ୍ରୋଲିଂ ସମୟରେ ଝାନସୀର ବରୁଆସାଗର ପୁଲିସ ନିକଟସ୍ଥ ଏକ ଗାଁରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିଥିଲା। ପଚରାଉଚରା କରିବା ପରେ ଜଣା ପଡ଼ିଥିଲା ଯେ ସେହି ବ୍ୟକ୍ତି ଗତ ୬ ମାସ ହେଲା ଏହି ଗାଁରେ ରହୁଛି। ବ୍ୟକ୍ତିଜଣକୁ ପୁଲିସ ଥାନାକୁ ଉଠାଇନେଲା। ସେଠାରେ ସେ ନିଜ ନାମ ନଥୁନୀ ପାଲ ବୋଲି କହିଥିଲା। ତା'ର ଘର ବିହାରର ଦେଓରିଆରେ ବୋଲି ଜଣାପଡ଼ିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ନଥୁନୀ ପାଲକୁ ୧୭ ବର୍ଷ ପୂର୍ବରୁ ହତ୍ୟା କରାଯାଇଥିବା ବିହାର ପୁଲିସ ରେକର୍ଡରେ ରହିଛି।

ଅଧିକ ପଚରାଉରା ପରେ ନଥୁନୀ କହିଥିଲା ଯେ ସେ ଛୋଟବେଳୁ ବାପା ମାଆଙ୍କୁ ହରାଇଛି। ଏହାପରେ ସେ ନିଜ ଦାଦାଙ୍କ ଘରେ ରହୁଥିଲା। ବିବାହର କିଛିଦିନ ପରେ ତା' ସ୍ତ୍ରୀ ମଧ୍ୟ ତାକୁ ଛାଡ଼ି ଦେଇଥିବା ସେ କହିଥିଲା। ତେବେ ୧୬ ବର୍ଷ ପୂର୍ବରୁ ସେ ଶେଷ ଥର ପାଇଁ ତା' ଘରକୁ ଯାଇଥିଲା ବୋଲି କହିଛି ନଥୁନୀ। ସେ ଗାଁ ଛାଡ଼ିବା ପରେ କ'ଣ ହୋଇଛି କିଛି ଜାଣିନାହିଁ ବୋଲି କହିଛି।

Advertisment

ଏପଟେ ପୁଲିସ କହିଛି ଯେ, ୨୦୦୮ରେ ନଥୁନୀ ନିଖୋଜ ହୋଇଯାଇଥିଲା। ନଥୁନୀର ଜଣେ ଦାଦା ଏନେଇ ଅନ୍ୟଜଣେ ଦାଦା ଓ ୩ ଭାଇଙ୍କ ନାଁ ଥାନାରେ ଏତଲା ଦେଇଥିଲେ। ନଥୁନୀ ନିକଟରେ ଥିବା ଜମି ପାଇବାକୁ ସେମାନେ ତାକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେବା ପରେ ନଥୁନୀର ଜଣେ ଦାଦା ଓ ୩ ଭାଇଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିଲା। ଏହାରି ଭିତରେ ଜେଲ ଯାଇଥିବା ନଥୁନୀର ଦାଦାଙ୍କର ମୃତ୍ୟୁ ହୋଇ ସାରିଛି। ଅନ୍ୟ ୩ ଭାଇ ଏବେ ବେଲରେ ବାହାରେ ଅଛନ୍ତି। ନଥୁନୀ ଜୀବିତ ଥିବା ଶୁଣି ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ଏପଟେ ମାମଲାର ଅଧିକ ତଦନ୍ତ ପାଇଁ ଝାନସୀ ପୁଲିସ ନଥୁନୀକୁ ବିହାର ପୁଲିସକୁ ହସ୍ତାନ୍ତର କରିଛି। 

Uttar Pradesh Bihar Dead Man Found Alive Man Died Before 17 Year Found Alive
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe