Advertisment

ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

ଗାଁ ଲୋକଙ୍କଠାରୁ ନିରାଶ ହୋଇ ପୀଡ଼ିତାଙ୍କ ବାପା ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିପ୍ରଚରଣ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

author-image
Manoranjan Sial
Judgment

Judgment

୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କଡ଼ା ଦଣ୍ଡ ମିଳିଛି। ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟ ଅଭିଯୁକ୍ତ ବିପ୍ରଚରଣ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

Advertisment

୨୦୨୨ ମସିହା ଜୁନ ମାସରେ ସାରଙ୍ଗଡ଼ ଥାନା ଅଞ୍ଚଳର ନାବାଳିକାକୁ ଅଭିଯୁକ୍ତ ବିପ୍ରଚରଣ ନାୟକ ରାସ୍ତାରୁ ଡାକି ନେଇ ଦୁଷ୍କର୍ମ କରୁଥିଲା। ସେହି ରାସ୍ତା ଦେଇ ଯାଉଥିବା ଜଣେ ମହିଳା ଦେଖି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଗାଁ ମୁଖୀଆଙ୍କୁ କହିଥିଲେ। ଏହା ପରେ ଗାଁରେ ଗ୍ରାମ ସଭା ବସିଥିଲା। ଗ୍ରାମ ସଭାରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲା। ମାମଲା ଥାନାରେ ଗଲେ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଗାଁ ଲୋକଙ୍କଠାରୁ ନିରାଶ ହୋଇ ପୀଡ଼ିତାଙ୍କ ବାପା ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିପ୍ରଚରଣ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷ ପ୍ରମାଣ ଆଧାରରେ ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ବର୍ଷ କାରାଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୀଡ଼ିତାର ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Minor Raped Kandhamal