Advertisment

ଦୁଇଟି ଘର ଚଳାଇବା କଷ୍ଟ: ବନ୍ଧୁଙ୍କୁ ଲଗାଇ ଦ୍ୱିତୀୟ ପତ୍ନୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ

ଦୁଇଟି ଘର ଏକା ସାଙ୍ଗରେ ଚଳାଇବା କେତେ କଷ୍ଟ ସେ ବୁଝିବା ଆରମ୍ଭ କରିଥିଲେ। ଶେଷରେ ସେ ଏହି ସମସ୍ୟାକୁ ମୁକୁଳିବା ପାଇଁ ବନ୍ଧୁଙ୍କ ସାହାଯ୍ୟରେ ଦ୍ୱିତୀୟ ପତ୍ନୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି।

Crime

Crime

Advertisment

ସ୍ତ୍ରୀ ଥିଲେ ମଧ୍ୟ ମଉଜ କରିବା ପାଇଁ ଆଉ ଜଣଙ୍କୁ ବିବାହ କଲେ। ଦୁଇଟି ସ୍ତ୍ରୀ ପାଇ ପୂରା ଖୁସି ହୋଇଗଲେ। କିଛି ଦିନ ସବୁ କିଛି ଠିକ ଠାକ ଚାଲିଲା। ହେଲେ ସମୟ ବିତିବା ସହ ସମସ୍ୟା ବଢ଼ିଲା।

Advertisment

ଦ୍ୱିତୀୟ ପତ୍ନୀ ଗୋଟିଏ ପରେ ଗୋଟିଏ ଡିମାଣ୍ତ କରିବାରୁ ବ୍ୟକ୍ତିଙ୍କ ଅକଲ ଗୁଡ଼ୁମ ହୋଇଗଲା। ଦୁଇଟି ଘର ଏକା ସାଙ୍ଗରେ ଚଳାଇବା କେତେ କଷ୍ଟ ସେ ବୁଝିବା ଆରମ୍ଭ କରିଥିଲେ। ଶେଷରେ ସେ ଏହି ସମସ୍ୟାକୁ ମୁକୁଳିବା ପାଇଁ ବନ୍ଧୁଙ୍କ ସାହାଯ୍ୟରେ ଦ୍ୱିତୀୟ ପତ୍ନୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି।

ମଧ୍ୟପ୍ରଦେଶର ଗ୍ୱାଲିଅରରେ ଘଟିଥିବା ଏହି ଘଟଣାକୁ ପୁଲିସ ସାମାନ୍ୟ ଗୋଟିଏ ଦୁର୍ଘଟଣା ବୋଲି ଭାବୁଥିଲା। କିନ୍ତୁ ଅଧିକ ତଦନ୍ତ ପରେ ଏହା ଗୋଟିଏ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଲେ ୨୫ ବର୍ଷୀୟ ଦୁର୍ଗାବତୀ ଓରଫ ମୁସ୍କାନ। ସେ ଅଭିଯୁକ୍ତ ଅଜୟଙ୍କ ଦ୍ୱିତୀୟ ପତ୍ନୀ। ମୁସ୍କାନ ଅତ୍ୟଧିକ ଖର୍ଚ୍ଚ କରୁଥିବାରୁ ଏହାକୁ ବହନ କରିବା ଅଜୟଙ୍କ ପକ୍ଷରେ ଆଉ ସମ୍ଭବ ହୋଇ ନଥିଲା। ଦୁଇଟି ଘର ଅଜୟଙ୍କ ପାଇଁ ଚଳାଇବା କଷ୍ଟକର ହେବାରୁ ସେ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

ଅଗଷ୍ଟ ୧୩ ତାରିଖରେ ମୁସ୍କାନ ଓ ତାଙ୍କ ଭାଇ ସ୍କୁଟିରେ ଯାଉଥିଲେ। ତେବେ ଗାର୍ଡେନ ସିଟି ନିକଟରେ ସେମାନଙ୍କ ସ୍କୁଟିକୁ ଗୋଟିଏ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମୁସ୍କାନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସ୍କାନଙ୍କ ସ୍ୱାମୀ ଅଜୟ ଝାନସୀ ରୋଡ ପୁଲିସ୍‌କୁ କହିଥିଲେ ଯେ ସେ ହନୁମାନ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ସ୍କୁଟିକୁ ଗୋଟିଏ ମାଲ ବୋଝେଇ ଟ୍ରକ୍‌ ଧକ୍କା ଦେଇ ଫେରାର ହୋଇଯାଉଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ବି ଦୁର୍ଘଟଣା ଥିଓରୀକୁ ବଳ ଯୋଗାଇ ଥିଲା।

ତେବେ ସନ୍ଦେହ ସେତେବେଳେ ବଢ଼ିଥିଲା ଯେତେବେଳେ ତଦନ୍ତକାରୀ ଅଧିକାରୀ ଦୁର୍ଘଟଣା ସ୍ଥଳରୁ କିଛି ଦୂରରେ ସମାନ ସମୟରେ ଗୋଟିଏ ଏସ୍‌ୟୁଭି ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିବା ଜାଣିବାକୁ ପାଇଥିଲେ। ଅଧିକାରୀମାନେ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେଦିନ ମାଲ ବୋଝେଇ ଟ୍ରକ ନୁହେଁ, ବରଂ ଏସ୍‌ୟୁଭି ହିଁ ସ୍କୁଟିକୁ ଧକ୍କା ଦେଇଥିବା ଜଣାପଡ଼ିଥିଲା।

ପୁଲିସ୍‌ ପୁଣି ଅଜୟଙ୍କୁ ଜେରା କରିବାରୁ ତାଙ୍କ କଥାରେ ତାଳମେଳ ରହି ନଥିଲା। ତେଣୁ ପୁଲିସ୍‌ ତାଙ୍କୁ ଭଲ ଭାବେ ଜେରା କରିବାକୁ ସେ ନିଜର ଅପରାଧ ସ୍ୱୀକାର କରିଥିଲେ। ମୁସ୍କାନଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ପତ୍ନୀଙ୍କୁ ମାରିବା ପାଇଁ ବନ୍ଧୁଙ୍କୁ ଦେଇଥିଲେ ୨.୫ ଲକ୍ଷ

ପୁଲିସ୍‌ କହିଛି ଯେ ପୂରା ହତ୍ୟାକାଣ୍ଡର ଯୋଜନା ଅଜୟ କରିଥିଲେ। କାରଣ ମୁସ୍କାନଙ୍କ ଖର୍ଚ୍ଚ କରିବାର ଶୈଳୀରେ ସେ ପୂରା ଚାପଗ୍ରସ୍ତ ହୋଇଯାଇଥିଲେ। ମୁସ୍କାନ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବାରୁ ଅଜୟ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସେ ମୁସ୍କାନଙ୍କୁ ହତ୍ୟା କରିବା ପାଇଁ ତାଙ୍କର ଜଣେ ବନ୍ଧୁଙ୍କୁ ୨.୫ ଲକ୍ଷ ଟଙ୍କା ଦେଇଥିଲେ।

ବନ୍ଧୁ ଜଣଙ୍କ ଅତ୍ୟନ୍ତ କରଜରେ ବୁଡ଼ି ରହିଥିଲେ। ତେଣୁ ସେ ଟଙ୍କା ନେଇ ହତ୍ୟା କରିବାକୁ ମଧ୍ୟ ରାଜି ହୋଇଯାଇଥିଲେ। ହତ୍ୟାକାଣ୍ଡ ପାଇଁ ସେ ଗୋଟିଏ ପୁରୁଣା ଏସ୍‌ୟୁଭିର ବ୍ୟବହାର କରିଥିଲେ ବୋଲି ପୁଲିସ୍‌ କହିଛି।

ଗ୍ୱାଲିଅରରେ ଏମପିପିଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୨୦୧୭ରେ ଅଜୟ ଓ ମୁସ୍କାନ ପରସ୍ପରକୁ ଭେଟିଥିଲେ। ଏହି ଦେଖା ସାକ୍ଷାତ ପ୍ରେମର ରୂପ ନେଇଥିଲା। ହେଲେ ସେମାନଙ୍କ ବିବାହ ହୋଇ ପାରି ନଥିଲା। ୨୦୨୧ରେ ମୁସ୍କାନଙ୍କ ବିବାହ ତାଙ୍କ ଘର ଲୋକ ଅନ୍ୟତ୍ର କରି ଦେଇଥିଲେ।

ଗୋଟିଏ ବର୍ଷ ପରେ ଅଜୟ ମଧ୍ୟ ଆଉ ଜଣଙ୍କୁ ବାହା ହୋଇଥିଲେ। କିନ୍ତୁ ତାଙ୍କ ପତ୍ନୀ ପାଖରେ ରହୁ ନଥିଲେ। ସେହି ବର୍ଷ ମୁସ୍କାନ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଗ୍ୱାଲିଅର ଚାଲି ଆସିଥିଲେ। ପୁରୁଣା ପ୍ରେମୀ ପୁଣି ଏକାଠି ହୋଇଥିଲା। ସେମାନଙ୍କ ଭିତରେ ନିବିଡ଼ତା ବଢ଼ିଥିଲା। ଶେଷରେ ୨୦୨୩ରେ ଅଜୟ କୋର୍ଟରେ ମୁସ୍କାନଙ୍କୁ ବିବାହ କରିଥିଲେ ଓ ସକେତ ନଗର ଠାରେ ରହିଥିଲେ।

କିନ୍ତୁ ବାହାଘର ପରେ ମୁସ୍କାନ ପ୍ରବଳ ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲେ। ଅଜୟଙ୍କ ପ୍ରଥମ ପତ୍ନୀ ବି ରହିଥିଲେ। ତେଣୁ ସେ ଦୁଇଟି ଘର ଚଳାଇବାକୁ ଅକ୍ଷମ ହେବାରୁ ମୁସ୍କାନଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

Murder Crime Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe