Advertisment

ଯୌତୁକରେ କାର୍ ନମିଳିବାରୁ ବାହାଘରର ୨ ଘଣ୍ଟା ପରେ ଦେଲେ ଟ୍ରିପଲ ତଲାକ, ଥାନାରେ ମାମଲା ରୁଜୁ

ମୋଟ ୭ ଜଣଙ୍କ ନାଁରେ ଏଫ୍‌ଆଇଆର ଦିଆଯାଇଥିବା ବେଳେ ସମସ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଝିଅଘର ଲୋକେ।

Bride

Bride

Advertisment

ଯୌତୁକରେ କାର ନମିଳିବାରୁ ବାହାଘରର ମାତ୍ର ୨ ଘଣ୍ଟା ପରେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେବା ଅଭିଯୋଗରେ ଶୁକ୍ରବାର ଉତ୍ତର ପ୍ରଦେଶର ଆଗ୍ରାର ଜଣେ ବ୍ୟକ୍ତିଙ୍କ ନାଁ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ନାଁ ମହମ୍ମଦ ଅସିଫ।

Advertisment

ଝିଅର ଭାଇ କମରନ ୱାସି କହିଛନ୍ତି, ଗୋଟିଏ ଦିନରେ ମୋର ଦୁଇ ଭଉଣୀ ଡଲି ଓ ଗୌରୀଙ୍କ ବାହାଘର ଆଗ୍ରାର ଫତେହାବାଦ ରୋଡ୍ ସ୍ଥିତ ଏକ ମଣ୍ଡପରେ ହୋଇଥିଲା। ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଅସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ମହମ୍ମଦ ଅସିଫ ଯୌତୁକରେ କାର ମାଗିଥିଲେ। ବାହାଘର ହେବାକୁ ଥିବା ସ୍ଥାନରେ କାର୍ ଆଣି ରଖିବାକୁ ସେ କହିଥିଲେ। କାର୍ ନଦେଲେ ବାହାଘର ଶେଷ ହେବା ମାତ୍ରେ ନଗଦ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମହମ୍ମଦ ଅସିଫଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡଲିଙ୍କ ଘର ଲୋକେ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ କାର୍‌ କି ଟଙ୍କା ନ ମିଳିବାରୁ ରାଗି ଯାଇଥିଲେ ଅସିଫ।

Advertisment

ଅତି ଅଳ୍ପସମୟ ମଧ୍ୟରେ କାର୍ କିମ୍ବା ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ହୋଇପାରିଲାନି ବୋଲି ଡଲିଙ୍କ ପରିବାର ଲୋକେ ଅସିଫଙ୍କୁ କହିଥିଲେ। କିନ୍ତୁ ଅସିଫ କିଛି ଶୁଣି ନଥିଲେ। ସେ ସେହି ବାହାଘର ମଣ୍ଡପରେ ଡଲିଙ୍କୁ ତିନି ଥର ତଲାକ କହି ତାଙ୍କ ପରିବାର ଲୋକଙ୍କ ସହିତ ପଳାଇଯାଇଥିଲେ।

ଏହି ଘଟଣାକୁ ନେଇ ଅସିଫ ଓ ଆଉ ୬ ଜଣଙ୍କ ନାଁରେ ଏଫଆଇଆର ଦେଇଥିଲେ ଡଲିଙ୍କ ଭାଇ କମରନ ୱାସି। ଏଫ୍‌ଆଇଆରରେ ଉଲ୍ଲେଖ ଥିବା ସମସ୍ତ ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ ୨୦୧୯ ଅନୁସାରେ କୌଣସି ମହିଳାଙ୍କୁ ତିନି ଥର ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ଦଣ୍ଡନୀୟ ଅପରାଧ।

Triple Talaq
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe