Advertisment

ପୁଅ ପାଇଲା ଆଜୀବନ ଜେଲ୍ ଦଣ୍ଡାଦେଶ, ୫ ବର୍ଷ ହେଲା ବାପା ଫେରାର

ତର୍ତ୍ତଙ୍ଗ ଗାଁରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ର କରି ଚନ୍ଦନ ସାହୁ ଓ ନୃସିଂହ ବାରିକଙ୍କ ମଧ୍ୟରେ ବିବାଦ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Court

Court

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗାଁରେ ଗତ ୨୦୧୮ ମସିହା ଫେବ୍ରୁଆରୀ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଚନ୍ଦନ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ଦୌରାଜଜ୍।

Advertisment

ତର୍ତ୍ତଙ୍ଗ ଗାଁରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ର କରି ଚନ୍ଦନ ସାହୁ ଓ ନୃସିଂହ ବାରିକଙ୍କ ମଧ୍ୟରେ ବିବାଦ ହୋଇଥିଲା। ଘଟଣା ଦିନ ବିବାଦର ସମାଧାନ ପାଇଁ ନୃସିଂହଙ୍କୁ ଗାଁ ଭାଗବତ ଦାଣ୍ଡ ନିକଟକୁ ଡାକିଥିଲେ ଚନ୍ଦନ।

ନୃସିଂହ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଚନ୍ଦନ, ତାଙ୍କ ବାପା ଓ ଭାଇ ମିଶି ନୃସିଂହଙ୍କୁ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ଆଜି ଜିଲ୍ଲା ଜଜ୍ କୋର୍ଟ ଏହି ମାମଲାର ବିଚାର କରି ଚନ୍ଦନଙ୍କୁ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଅନ୍ୟ ଦୁଇ ଅଭିଯୁକ୍ତ ଫକୀର ସାହୁ ଓ ଟନ ସାହୁ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ନଳିନିକାନ୍ତ ମହାରଣା ସୂଚନା ଦେଇଛନ୍ତି।

Murder Life Imprisonment