Advertisment

ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ

ଗତକାଲି ରାତିରେ ଖାଇବା ସମୟରେ କୌଣସି ପାରିବାରିକ କଥାକୁ ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ସାନ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Accused

Accused

Advertisment

ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତି ନିଜ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁରେ।

Advertisment

ଗତକାଲି ରାତିରେ ଖାଇବା ସମୟରେ କୌଣସି ପାରିବାରିକ କଥାକୁ ନେଇ ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ସାନ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଘର ଲୋକ ଏବଂ ସାହିବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେମାନେ ଶାନ୍ତ ପଡ଼ିଥିଲେ।

ନରେନ୍ଦ୍ର ବିନ୍ଧାଣୀ ରାତିରେ ଘର ବାରଣ୍ଡାରେ ଖଟିଆରେ ଶୋଇଥିବା ବେଳେ ସାନ ଭାଇ କର୍ଣ୍ଣ ବିନ୍ଧାଣୀ ଟାଙ୍ଗିଆରେ ତାଙ୍କୁ ହାଣି ଦେଇଥିଲେ। ନରେନ୍ଦ୍ରଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ, ପୁଅ ତଥା ପାଖ ପଡ଼ୋଶୀମାନେ ଉଠି ପଡ଼ିଥିଲେ। ସେମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ମେଡ଼ିକାଲକୁ ନେଉଥିବା ବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନ୍ୟପଟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କର୍ଣ୍ଣ ବିନ୍ଧାଣୀ ପରେ ଫିରିଙ୍ଗିଆ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ତାଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଫିରିଙ୍ଗିଆ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ ସହିତ ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀଙ୍କୁ ଗିରଫ କରିଛି।

Murder Crime Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe