Deadbody
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗାଁର ନାଏକ ସାହିରେ ବାପର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଛି ପୁଅ। ମୃତକଙ୍କ ନାଁ ସୁଶାନ୍ତ ନାଏକ।
ପଡ଼ୋଶୀଙ୍କ କହିବା ଅନୁସାରେ ସୁଶାନ୍ତ ଓ ତାଙ୍କ ବାପା ଗୋପୀନାଥ ନାଏକଙ୍କ ମଧ୍ୟରେ ସବୁଦିନ ଝଗଡ଼ା ହେଉଥିଲା। ସେଥିପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା।
ବୁଧବାର (ଗତକାଲି) କୌଣସି କାରଣରୁ ସୁଶାନ୍ତ ପରିବାରର କିଛି ସଦସ୍ୟଙ୍କୁ ମାଡ଼ ମାରିଥିଲେ। ଏହାକୁ ତାଙ୍କ ବାପା ଗୋପୀନାଥ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତକ୍ଷିପ୍ତ ହୋଇ ଗୋପୀନାଥ ଏକ ଟାଙ୍ଗିଆରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ।
ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ରେଫର କରିଥିଲେ ଡାକ୍ତର। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିଲା।
କୋଇଡ଼ା ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୋପୀନାଥ ନାଏକଙ୍କୁ ଅଟକ ରଖି ଅଧିକ ପଚାରଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Deadbody_1691381619.jpg)