Advertisment

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଯୁବକଙ୍କୁ ଭୁଜାଲିରେ ହାଣିଦେଲେ ୨ ଭାଇ

ହତ୍ୟାକାଣ୍ଡ ପରେ ୨ ଭାଇ ଫେରାର ହୋଇଯାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ଯୁବକଙ୍କୁ ରାସ୍ତା ଉପରେ ଭୁଜାଲିରେ ହାଣି ହତ୍ୟା କଲେ ୨ ଭାଇ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରତନପୁର ଗାଁରେ। ମୃତ ଯୁବକ ହେଲେ ମନୋଜ ସା। ତାଙ୍କ ଘର ରତନପୁରରେ।

Advertisment

ଆଜି ସକାଳେ ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ ମନୋଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ୨ଭାଇ ଏକ ଭୁଜାଲି ଆଣି ଉକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ମନୋଜ ଜୀବନ ବିକାଳେ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ହେଲେ ୨ ଭାଇ ତାଙ୍କୁ ଛାଡ଼ି ନଥିଲେ। ମନୋଜଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଯୁବକଙ୍କ ମୃତଦେହ ରାସ୍ତା ଉପରେ ପଡ଼ିଛି।

 କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ୨ ଭାଇ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।

Advertisment
Murder Sudargrah