Advertisment

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଗାଁ ନିକଟ ଏକ ପଡ଼ିଆରେ ଅଜୟ ମୁଖୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।

Ajay Mukhi

Ajay Mukhi

Advertisment

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗମ୍ଭାରୀପାଲ ଗାଁରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅଜୟ ମୁଖୀ। ତାଙ୍କ ବାପାଙ୍କ ନାଁ କୁମର ମୁଖୀ।

Advertisment

ଗାଁ ନିକଟ ଏକ ପଡ଼ିଆରେ ଅଜୟ ମୁଖୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସୂଚନା ପାଇ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଥିପାଇଁ ସାଇଣ୍ଟିଫିକ ଟିମ୍‌ର ମଧ୍ୟ ସହାୟତା ନେଇଥିଲା। ତେବେ କିଏ ଓ କାହିଁକି ଅଜୟଙ୍କୁ ହତ୍ୟା କଲା ଜଣାପଡିନାହିଁ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe