Advertisment

ଥାନାକୁ ଫୋନ କରି ମହିଳା ପୁଲିସ ଅଧିକାରୀଙ୍କୁ ହଇରାଣ କରୁଥିଲା, ଏବେ ମିଳିଲା ଜେଲଦଣ୍ଡ

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିୟମିତ ଭାବେ ମହିଳା ପୁଲିସ କର୍ମଚାରୀଙ୍କୁ ଯୋଗାଯୋଗ କରୁଥିଲା। ସେ ତାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ସହ ତାଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା।

Kerala

Kerala

Advertisment

ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ବାରମ୍ବାର ଫୋନ କରି ହଇରାଣ କରିବା ମହଙ୍ଗା ପଡ଼ିଛି। ଥାନାକୁ ଫୋନ କରି ମହିଳା ଅଧିକାରୀଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କୁ କେରଳ ଗୋଟିଏ କୋର୍ଟ ୩ ବର୍ଷର ସଶ୍ରମ ଜେଲଦଣ୍ଡ ସହ ୧୫ ହଜାର ଟଙ୍କାର ‍ଫାଇନ ଲାଗୁ କରିଛନ୍ତି। ବ୍ୟକ୍ତି ଜଣଙ୍କ ବନିଥା ପୁଲିସ୍‌ ଷ୍ଟେସନକୁ ୩୦୦ରୁ ଅଧିକ ଥର ଫୋନ କରି ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ହଇରାଣ କରିଥିଲା।

Advertisment

ସରକାରୀ ଓକିଲଙ୍କ କହିବା କଥା ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିୟମିତ ଭାବେ ମହିଳା ପୁଲିସ କର୍ମଚାରୀଙ୍କୁ ଯୋଗାଯୋଗ କରୁଥିଲା। ସେ ତାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ସହ ତାଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା।

ଏଥିପାଇଁ ଏର୍ଣ୍ଣାକୁଲାମର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ସଜିନୀ ବିଏସ୍‌ ଅଭିଯୁକ୍ତକୁ ଆଇପିସିର ଧାରା ୩୫୪(୧)(ଆଇ ଆଇ), ୩୫୪ ଡି(୧)(ଆଇଆଇ) ଓ କେରଳ ପୁଲିସ୍‌ ଆକ୍ଟ ୧୨୦(୦) ବଳରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଅଭିଯୁକ୍ତ ଜଣକ ବାରମ୍ବାର ଫୋନ କଥିବାରୁ ମହିଳା ଅଧିକାରୀ ଜଣ ଠିକ ଭାବେ କାମ କରିବାକୁ ସକ୍ଷମ ହୋଇ ନଥିଲେ। ସେ ମାନସିକ ଯନ୍ତ୍ରଣା ପାଇଥିଲେ। ପୁଲିସ୍‌ ଷ୍ଟେସନର ଅନ୍ୟ କର୍ମଚାରୀମାନେ ମଧ୍ୟ ଥାନାକୁ ବାରମ୍ବାର ଫୋନ ଆସୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ଲୋକଙ୍କ କାମ ପ୍ରଭାବିତ ହେବା ସହ ଅଧିକାରୀମାନେ ଜରୁରୀ ଫୋନ କଲ ମଧ୍ୟ ପାଇପାରୁ ନଥିଲେ। ସାଧାରଣ ଲୋକ ପୁଲିସ୍‌ ସେବାରୁ ବଞ୍ଚିତ ହୋଇଥିଲେ। ତେଣୁ ଏପରି କାଣ୍ଡ ପାଇଁ ଉକ୍ତ ବ୍ୟକ୍ତିକୁ ୩ ବର୍ଷର ସଶ୍ରମ ଜେଲଦଣ୍ଡ ସହ ୧୫ ହଜାର ଟଙ୍କାର ଜୋରିମାନା ମାଜିଷ୍ଟ୍ରେଟ ଲାଗୁ କରିଛନ୍ତି।

Police Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe