Advertisment

ବଡ଼ବାପାଙ୍କୁ ମାରିଦେଲେ ପୁତୁରା

ଜଳ ଓ ତାଙ୍କ ସାନ ଭାଇଙ୍କ ପରିବାର ମଧ୍ୟରେ ଗୁଣିଗାରେଡ଼ିକୁ ନେଇ ଝଗଡ଼ା ଲାଗି ରହୁଥିଲା।

Sadar Police Station

Sadar Police Station

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଜଳ ନାଏକ।

Advertisment

ଜଳ ଓ ତାଙ୍କ ସାନ ଭାଇଙ୍କ ପରିବାର ମଧ୍ୟରେ ଗୁଣିଗାରେଡ଼ିକୁ ନେଇ ଝଗଡ଼ା ଲାଗି ରହୁଥିଲା। ଏନେଇ ପୂର୍ବରୁ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି।

ଆଜି ଜଳ ନିଜ ଚାଷ ଜମିକୁ ଯାଉଥିବା ବେଳେ ତାଙ୍କ ପୁତୁରା ଅର୍ଥାତ୍ ସାନ ଭାଇଙ୍କ ପୁଅ ସହଦେବ ନାଏକ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସହଦେବ ନାଏକଙ୍କୁ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe