ପ୍ରେମରେ ଧୋକା ଖାଇଲେ ନାବାଳିକା, ଗର୍ଭବତୀ ହେବାରୁ ଝୁଲି ପଡ଼ିଲେ

ନିଜ ପ୍ରେମିକଠୁ ଧୋକା ଖାଇବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ନିଜ ଘରେ ଝୁଲି ପଡ଼ିଲେ।

Gang Rape

Representational Image

Niharika Rout
  • Published: Sunday, 03 December 2023
  • Updated: 03 December 2023, 09:20 AM IST

Sports

Latest News

ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇଲେ। ବିବାହ ପାଇଁ କହି ବାରମ୍ବାର ବଳାତ୍କାର କରିବାକୁ ପଛାଇଲେ ନାହିଁ। ମାତ୍ର ନାବାଳିକାଜଣକ ଗର୍ଭବତୀ ହେବାରୁ ଆଉ ଧରାଛୁଆଁ ଦେଲେନି। ଏହାପରେ ଆତ୍ମହତ୍ୟା ପାଇଁ ଉସକାଇବାକୁ ବି ପଛାଇଲେ ନାହିଁ। ନିଜ ପ୍ରେମିକଠୁ ଧୋକା ଖାଇବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ନିଜ ଘରେ ଝୁଲି ପଡ଼ିଲେ।

ଏପରି ଏକ ଘଟଣା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୨୩ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି।

ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୧୭ ବର୍ଷୀୟା ନାବାଳିକା ଝିଅକୁ ଯୁବକଜଣକ ମିଥ୍ୟା ପ୍ରତିଶ୍ରୁତି ଦେଇ ଫୁସଲାଇ ବାରମ୍ବାର ବଳାତ୍କାର କରିଥିଲେ। ଏଥିଯୋଗୁ ଗର୍ଭପତୀ ହେବାରୁ ଝିଅ ଗତ ୨୮ ତାରିଖରେ ଘରେ ନିଜ ଓଢଣୀ ଲଗାଇ ଝୁଲି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।

Also Read

ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରି ଗତ ଶୁକ୍ରବାର ଅଭିଯୁକ୍ତଙ୍କୁ ବାନ୍ଧିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos