/odisha-reporter/media/post_attachments/uploadimage/library/16_9/16_9_0/Reels_1702445666.jpg)
Reels
ସୋଶାଲ ମିଡିଆ ଯୁଗରେ ଯୁବ ବର୍ଗଙ୍କୁ ଘାରୁଛି ରିଲ୍ସ ନିଶା । ମାତ୍ର ଏହି ନିଶା ଅନ୍ୟମାନଙ୍କ ପାଇଁ କାଳ ସାଜୁଛି। ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।
Advertisment
ଭିଡିଓରେ ଦେଖିବାକୁ ମିଳୁଛି, ଅଟୋ ରିକ୍ସାରେ ଯାଉଥିବା ଜଣେ ଯୁବକ ରିଲ୍ସ କରିବାରେ ମାତିଥିଲେ। ଉକ୍ତ ସମୟରେ ଅଟୋଟି ଡାହାଣ ପାର୍ଶ୍ୱରେ ଥିବା ଏକ ଟ୍ରକ୍କୁ ଅତିକ୍ରମ କରୁଥିଲା। ଏହି ସମୟରେ ବାମ ପାର୍ଶ୍ୱରେ ଜଣେ ସାଇକେଲ ଚାଳକ ଯାଉଥିଲେ।
ଅଟୋ ବାହାରକୁ ଆସି ରିଲ୍ସ କରୁଥିବା ଯୁବକଜଣକ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ। ଫଳରେ ସାଇକେଲ ଚାଳକ ଜଣକ ରାସ୍ତା ଉପରେ ପଡ଼ି ଯାଇଥିଲେ। ତେବେ ଏବେ ଉକ୍ତ ସାଇକେଲ ଚାଳକଙ୍କ ଅବସ୍ଥା କିପରି ଅଛି ତାହା ଜଣା ପଡ଼ିନି।
Advertisment
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟର ଜୀବନକୁ ବିପଦକୁ ଠେଲି ଏପରି ରିଲ୍ସ କରୁଥିବା ଯୁବକଙ୍କ ସନ୍ଧାନ ସମେତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦିଲ୍ଲୀ ଟ୍ରାଫିକ ପୁଲିସ୍ର ଆସିଷ୍ଟାଣ୍ଟ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
