Advertisment

ତିନି ଝିଅଙ୍କୁ ହତ୍ୟା କରି ଥାନାରେ ପହଞ୍ଚିଲା ବାପା

ମୃତ ତିନି ଭଉଣୀଙ୍କ ବୟସ ଯଥାକ୍ରମେ ୪, ୧୦ ଏବଂ ୧୧ ବର୍ଷ ହେବ। ଦୁଇ ଝିଅଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Police

Police

Advertisment

ତିନି ଝିଅଙ୍କୁ ହତ୍ୟା କରି ଥାନାରେ ଫେରାଦ ହେଲା ବାପା। "ମୋ ଝିଅମାନଙ୍କୁ ମୁଁ ହତ୍ୟା କରିଛି, ମୋତେ ଗିରଫ କର" ବୋଲି ଥାନାରେ କହିଛି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫ୍ରାନ୍ସରେ। ହେଲ କେଉଁ କାରଣରୁ ନିଜ ଝିଅମାନଙ୍କୁ ହତ୍ୟା କରିଛନ୍ତି ତା'ର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Advertisment

ସୂଚନା ଅନୁସାରେ, ଗତକାଲି ଫ୍ରାନ୍ସର ଉପକୂଳବର୍ତ୍ତୀ ଡିପେ ପୁଲିସ ଷ୍ଟେସନକୁ ଯାଇଥିଲେ ଜଣେ ୪୧ ବର୍ଷୀୟ ବ୍ୟକ୍ତି। ଥାନାରେ ପହଞ୍ଚି ସେ ନିଜର ତିନି ଝିଅଙ୍କୁ ହତ୍ୟା କରିଥିବା କହିଛନ୍ତି। ଏନେଇ ଜାଣିବା ପରେ ପ୍ୟାରିସର ଦକ୍ଷିଣ-ପୂର୍ବ ଉପକଣ୍ଠ ଆଲଫୋର୍ଟଭିଲ୍ ସହରରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲା ପୁଲିସ। ସେଠାରୁ ତିନି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତ ତିନି ଭଉଣୀଙ୍କ ବୟସ ଯଥାକ୍ରମେ ୪, ୧୦ ଏବଂ ୧୧ ବର୍ଷ ହେବ। ଦୁଇ ଝିଅଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ଦୁଇ ଜଣଙ୍କ ମୃତଦେହ ଏକ କଭର୍ ମଧ୍ୟରୁ ମିଳିଥିବା ବେଳେ ଅନ୍ୟ ଜଣେ ମୃତ ଅବସ୍ଥାରେ ସୋଫା ଉପରେ ପଡିଥିଲେ।

Advertisment

ସମ୍ପୃକ୍ତ ଅଭିଯୁକ୍ତ ବାପାଙ୍କ ନାମରେ ୨୦୨୧ରେ ଘରୋଇ ହିଂସା ମାମଲା ରହିଥିଲା। ଏନେଇ ତାଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଇଛି। 

MURDER CASE Crime News Father Killed Daughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe