Advertisment

ଜୁଆର ଚକ୍ରବ୍ୟୁହରେ ଫସିଗଲେ; ପତ୍ନୀ ଓ ଝିଅକୁ ଗୁଳିକରି ନିଜକୁ ମାରିଦେଲେ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେ ଗତ ୩ ମାସ ହେଲା ଅନ୍‌ଲାଇନରେ ଜୁଆ ଖେଳି ଆସୁଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ଧାର କରଜ ମଧ୍ୟ କରିଥିଲେ। ବିଭିନ୍ନ ବେଟିଂ ଆପର ପ୍ରଲୋଭନରେ ପଡ଼ି ସାରିଦେଇଥିଲେ କଷ୍ଟ ଉପାର୍ଜିତ ଟଙ୍କା।

Crime

Crime

Advertisment

ପ୍ରେମ ବିବାହ କରିଥିଲେ। ସୁଖର ସଂସାର ଗଢ଼ିଥିଲେ। ହେଲେ କେତେବେଳେ କେମିତି ଜାଣତର ହେଉ ବା ଅଜାଣତରେ ଜୁଆର ଚକ୍ରବ୍ୟୁହରେ ଫସି ଯାଇଥିଲେ ସୁଜିତ ରାଉତ। ଆଉ ସେଥିରୁ ବାହାରି ପାରିଲେ ନାହିଁ। ଜୁଆ ଖେଳରେ ଏମିତି ମଜିଥିଲେ ଯେ ସେ ତଳିତଳାନ୍ତ ହୋଇଯାଇଥିଲେ। ସେହି ଋଣ ବୋଝରୁ ବାହାରି ପାରିଲେ ନାହିଁ। ଶେଷରେ ସେ ନେଲେ ଚରମ ନିଷ୍ପତ୍ତି। ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରାଣପ୍ରିୟା ଓ ବଡ଼ ଝିଅକୁ ବୁଲାଇବାକୁ ନେଇ କାର୍‌ ଭିତରେ ଗୁଳିକରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ବୀଭତ୍ସ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି।

Advertisment

ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ସୁଜିତ ରାୟ। ସେ ଖୁସବୁ ରାୟଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ଦୁଇଟି ଝିଅ ଥିଲେ। ବଡ଼ଝିକୁ ୧୨ ବର୍ଷ। ତାଙ୍କ ନାଁ ହେଉଛି ଅର୍ପିତା ରାୟ। ଆଉ ତାଙ୍କ ସାନ ଝିଅକ ବୟସ ୩ ବର୍ଷ। ସୁଜିତ ସ୍ଥାନୀୟ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେ ଗତ ୩ ମାସ ହେଲା ଅନ୍‌ଲାଇନରେ ଜୁଆ ଖେଳି ଆସୁଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ଧାର କରଜ ମଧ୍ୟ କରିଥିଲେ। ବିଭିନ୍ନ ବେଟିଂ ଆପର ପ୍ରଲୋଭନରେ ପଡ଼ି ସାରିଦେଇଥିଲେ କଷ୍ଟ ଉପାର୍ଜିତ ଟଙ୍କା। ନିର୍ଦ୍ଦିଷ୍ଟ ଏକ ଆପ୍‌ରେ ଗୋଟିଏ ମାସରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଟଙ୍କା ସେ ହରାଇଥିବା ମୋବାଇଲ ମେସେଜ ଓ ବ୍ୟାଙ୍କ ଷ୍ଟେଟମେଣ୍ଟର ତଥ୍ୟରୁ ସୂଚନା ମିଳିଛି। ଯାହାକୁ ନେଇ ମାନସିକ ଚାପରେ ଥିଲେ ସୁଜିତ। ଏପରିକି ଲୋକ ଲଜ୍ଜ୍ୟ ଓ ଋଣ ବୋଝ ତାଙ୍କୁ ଘାରିଥିଲା। ତେଣୁ ନିଜକୁ ନିଜେ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବୁଲିବା ବାହାନାରେ ବୁଧବାର ଅପରାହ୍ନରେ ସୁଜିତ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ କାର୍‌ରେ ନେବାକୁ ଚାହିଁଥିଲେ। ହେଲେ ସାନ ଝିଅ ମନା କରିବାକୁ ବଡ଼ଝିଅ ଓ ପତ୍ନୀଙ୍କୁ ଧରି କାର୍‌ରେ ଘରୁ ବାହାରିଥିଲେ ସୁଜିତ। ସନ୍ଧ୍ୟା ଯାଇ ରାତି ହେଲା। ହେଲେ ସୁଜିତ ଓ ତାଙ୍କ ପତ୍ନୀ ଘରକୁ ଫେରିଥିଲେ ନାହିଁ। ସେମାନଙ୍କ ଫୋନ୍‌ ମଧ୍ୟ ଲାଗିଲା ନାହିଁ। ତେଣୁ ସୁଜିତଙ୍କ ବାପା ଓ ମାଆଙ୍କ ମନରେ ସନ୍ଦେହ ହେଲା। ତେଣୁ ସେ ଏନେଇ ସାହି ପଡ଼ିଶାଙ୍କୁ କହିଥିଲେ। ପରେ ପରିବାର ଲୋକେ ଓ ପଡୋଶୀ ମିଶି ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ ପରେ ଆକ୍ଟିଭ୍‌ ହୋଇଥିଲା ପୁଲିସ। ପ୍ରଥମେ ସୁଜିତଙ୍କ ମୋବାଇଲକୁ ଟ୍ରେସ୍‌ କରିଥିଲା। ସେହି ସମୟରେ ସୁଜିତଙ୍କ ମୋବାଇଲ୍‌ ଲଖନପୁର ଥାନା ବାଣୀପାହାଡ଼ ନିକଟରେ ଥିବା ଲୋକେଶନ୍‌ ଦେଖାଇଥିଲା। ଏହା ପରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଜିତଙ୍କ କାର୍‌ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲା। ଆଉ କାର ଭିତରେ ପଡ଼ି ରହିଥିଲା ୩ଟି ରକ୍ତ ଜୁଡୁବୁଡୁ ମରଶରୀର। ମୃତକଙ୍କ ମୁଣ୍ଡରେ ଓ କାରରେ ଦେଖିବାକୁ ମିଳିଥିଲା ଗୁଳି ଚିହ୍ନ। କାରର ଇଂଜିନ ସହ ଅନଥିଲା AC। ବନ୍ଧୁକ ମଧ୍ୟ ପଡ଼ିଥିଲା କାର୍ ଭିତରେ। ତେଣୁ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପ୍ରଥମେ ପତ୍ନୀ ଓ ବଡ଼ ଝିଅକୁ ସୁଜିତ ଗୁଳି କରିବା ପରେ ନିଜକୁ ଫାଏରିଂ କରି ଆତ୍ମହତ୍ୟା କରିଛି।

ରିପୋର୍ଟ- ଝାରସୁଗୁଡ଼ାରୁ ଭାଗୀରଥୀ ସାହୁ

Crime Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe