ଝାରଖଣ୍ଡର ରାଞ୍ଚିରେ ଥିବା ଗୋଟିଏ ବାର୍ରେ ଅଭାବନୀୟ କାଣ୍ଡ ଘଟିଛି। ଛୁଟିଆ ପୁଲିସ ଷ୍ଟେସନ ଅଧୀନରେ ଥିବା ଏକ୍ସଟ୍ରିମ ବାର ଭିତରେ ଜଣେ ଡିଜେ (ଡିସ୍କୋ ଜକୀ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ବିଳମ୍ବିତ ରାତି ହୋଇ ସାରିଥିବାରୁ ବାର କର୍ମଚାରୀମାନେ ମଦ ମିଳିବ ନାହିଁ ବୋଲି କହିଥିଲେ। ବାସ ଏଥିରେ ରାଗି ଯାଇ ଖାଲି ଦେହ ଓ ହାଫ ପ୍ୟାଣ୍ଟରେ ଥିବା ଜଣେ ବ୍ୟକ୍ତି ବାର୍ ଭିତରେ ଡିଜେ ସନ୍ଦୀପଙ୍କୁ ଗୁଳି କରି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି।
ପୁଲିସ୍ର କହିବା କଥା ଯେ ଅଭିଯୁକ୍ତ ଓ ଆଉ ୪ ଜଣ ରାତି ପ୍ରାୟ ୧ଟା ବେଳେ ବାର ପାଖରେ ପହଞ୍ଚଥିଲେ। ଏହା ବନ୍ଦ ହୋଇ ସାରିଥିଲେ ହେଁ ସେମାନେ ମଦ ପାଇଁ ଜିଦ କରିଥିଲେ। କର୍ମଚାରୀମାନେ ମଦ ଦେବାକୁ ମନା କରିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିଲା।
ଏହି ସମୟରେ ହାଫ ପ୍ୟାଣ୍ଟ ପିନ୍ଧି ଥିବା ଜଣେ ବ୍ୟକ୍ତି ତାଙ୍କ ପାଖରେ ଥିବା ରାଇଫଲକୁ ବାହାର କରିଥିଲେ ଓ ଡିଜେ ସନ୍ଦୀପଙ୍କ ଛାତିକୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ରାଜେନ୍ଦ୍ର ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ରିମ୍ସ)କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Caught on cam: Man shoots DJ for refusing liquor in Ranchi bar
— The Times Of India (@timesofindia) May 27, 2024
Police reported that the accused, accompanied by four others, arrived at the bar around 1am, despite the establishment being closed, and demanded alcohol. When the bar staff refused, a heated argument ensued.
Read… pic.twitter.com/veBZRji6mQ
ବାର୍ରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଗୁଳି ମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ହାଫ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଖାଲି ଦେହରେ ଥିଲେ। ସେ ତାଙ୍କ ଟି-ଶାର୍ଟକୁ ମୁହଁରେ ବାନ୍ଧି ଦେଇଥିଲେ।
ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପୁଲିସ୍ ଆଜି ସକାଳୁ ତାଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।