Advertisment

ମଦ ଦେବାକୁ ମନା କରିବାରୁ ଡିଜେଙ୍କୁ ଗୁଳି ମାରିଦେଲେ ଖାଲି ଦେହରେ ଥିବା ବ୍ୟକ୍ତି

ବିଳମ୍ବିତ ରାତି ହୋଇ ସାରିଥିବାରୁ ବାର କର୍ମଚାରୀମାନେ ମଦ ମିଳିବ ନାହିଁ ବୋଲି କହିଥିଲେ। ବାସ ଏଥିରେ ରାଗି ଯାଇ ଖାଲି ଦେହ ଓ ହାଫ ପ୍ୟାଣ୍ଟରେ ଥିବା ଜଣେ ବ୍ୟକ୍ତି ବାର୍‌ ଭିତରେ ଡିଜେ ସନ୍ଦୀପଙ୍କୁ ଗୁଳି କରି କରି ହତ୍ୟା କରିଛନ୍ତି।

Ranchi

Ranchi

Advertisment

ଝାରଖଣ୍ଡର ରାଞ୍ଚିରେ ଥିବା ଗୋଟିଏ ବାର୍‌ରେ ଅଭାବନୀୟ କାଣ୍ଡ ଘଟିଛି। ଛୁଟିଆ ପୁଲିସ ଷ୍ଟେସନ ଅଧୀନରେ ଥିବା ଏକ୍ସଟ୍ରିମ ବାର ଭିତରେ ଜଣେ ଡିଜେ (ଡିସ୍କୋ ଜକୀ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Advertisment

ବିଳମ୍ବିତ ରାତି ହୋଇ ସାରିଥିବାରୁ ବାର କର୍ମଚାରୀମାନେ ମଦ ମିଳିବ ନାହିଁ ବୋଲି କହିଥିଲେ। ବାସ ଏଥିରେ ରାଗି ଯାଇ ଖାଲି ଦେହ ଓ ହାଫ ପ୍ୟାଣ୍ଟରେ ଥିବା ଜଣେ ବ୍ୟକ୍ତି ବାର୍‌ ଭିତରେ ଡିଜେ ସନ୍ଦୀପଙ୍କୁ ଗୁଳି କରି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ର କହିବା କଥା ଯେ ଅଭିଯୁକ୍ତ ଓ ଆଉ ୪ ଜଣ ରାତି ପ୍ରାୟ ୧ଟା ବେଳେ ବାର ପାଖରେ ପହଞ୍ଚଥିଲେ। ଏହା ବନ୍ଦ ହୋଇ ସାରିଥିଲେ ହେଁ ସେମାନେ ମଦ ପାଇଁ ଜିଦ କରିଥିଲେ। କର୍ମଚାରୀମାନେ ମଦ ଦେବାକୁ ମନା କରିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିଲା।

Advertisment

ଏହି ସମୟରେ ହାଫ ପ୍ୟାଣ୍ଟ ପିନ୍ଧି ଥିବା ଜଣେ ବ୍ୟକ୍ତି ତାଙ୍କ ପାଖରେ ଥିବା ରାଇଫଲକୁ ବାହାର କରିଥିଲେ ଓ ଡିଜେ ସନ୍ଦୀପଙ୍କ ଛାତିକୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ରାଜେନ୍ଦ୍ର ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ରିମ୍ସ)କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାର୍‌ରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଗୁଳି ମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ହାଫ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଖାଲି ଦେହରେ ଥିଲେ। ସେ ତାଙ୍କ ଟି-ଶାର୍ଟକୁ ମୁହଁରେ ବାନ୍ଧି ଦେଇଥିଲେ।

ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପୁଲିସ୍‌ ଆଜି ସକାଳୁ ତାଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

Ranchi Shooting Shootout Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe