Advertisment

ଲେମ୍ବୁ ଦୋକାନୀଙ୍କୁ କଟୁରିରେ ଆକ୍ରମଣ କରି ଅଭିଯୁକ୍ତ ଛୁ

ସ୍ଥାନୀୟ ଲୋକେ ଲେମ୍ବୁ ଦୋକାନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

 Attack

Attack

Advertisment

ପୁରୀ ସିଂହଦ୍ୱାର ଥାନା ଅନ୍ତର୍ଗତ ଉତ୍ତରଦ୍ୱାର ସମ୍ମୁଖରେ ଲେମ୍ବୁ ଦୋକାନୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣ ସାହୁ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କୃଷ୍ଣଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି।

Advertisment

ଗତକାଲି ରାତି ପ୍ରାୟ ୧୧ଟା୩୦ ସମୟରେ ଜଣେ ଗ୍ରାହକ ଦୋକାନକୁ ଆସି ଲେମ୍ବୁ କିଣିଥିଲେ। ସମସ୍ତ ଲେମ୍ବୁକୁ ଜରିରେ ଭର୍ତ୍ତି କରିବାକୁ ଦୋକାନୀକୁ କହିଥିଲେ। ପରେ ଗ୍ରାହକ ଜଣଙ୍କ ଦୋକାନୀକୁ କଟୁରିରେ ଆକ୍ରମଣ କରିଥିଲେ।  ଦୋକାନୀ ଜଣଙ୍କ ଚିତ୍କାର କରିବାରୁ  ଗ୍ରାହକ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ଲେମ୍ବୁ ଦୋକାନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe