representational image
ଅତ୍ୟନ୍ତ ଭୟଙ୍କର, ଲୋମହର୍ଷଣକାରୀ ଓ ଲଜ୍ଜାଜନକ ଘଟଣା(Crime) ସାମ୍ନାକୁ ଆସିଛି। ଜଣେ ୬ ବର୍ଷର ଝିଅକୁ ଦିଆଯାଇଛି ଅମାନବୀୟ ନିର୍ଯାତନା। ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଥିରେ ସେ ବିଫଳ ହେବାରୁ ନାବାଳିକାଙ୍କ ଗୁପ୍ତାଙ୍ଗରେ ପୂରାଇ ଦେଇଛି ରଡ।
ଘଟଣାକୁ ନେଇ ଗୁଜରାଟ(Gujarat)ର ରାଜକୋଟରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ନାବାଳିକା ଜଣଙ୍କ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ପୁଲିସ୍ ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଜଣେ ଦିନ ମଜୁରିଆ।
ପୁଲିସର କହିବା କଥା ଯେ ପୂରା ଘଟଣା ଅଟକୋଟରେ ଘଟିଛି। ଏଠାରେ ଦାହୋଡର ଗୋଟିଏ ପରିବାର କୃଷି କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ। ପରିବାରର ୬ ବର୍ଷର ଝିଅ ଡିସେମ୍ବର ୪ରେ କ୍ଷେତ ନିକଟରେ ଖେଳୁ ଥିବା ବେଳେ ତା’ର ବାପା ମା’ ନିକଟରେ କାମ କରୁଥିଲେ। ବାପା ମା’ କ୍ଷେତ କାମରେ ବ୍ୟସ୍ତ ଥିବା ବେଳେ ଜଣେ ଅଜଣା ବ୍ୟକ୍ତି ନାବାଳିକାଙ୍କୁ ଅପହରଣ କରିନେବା ସହ ଦୁଷ୍କର୍ମ(Stop Rape) କରିବାକୁ ଚେଷ୍ଟା କରିଥିଲା।
ନାବାଳିକା ଜଣଙ୍କ ଭୟଙ୍କରେ ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ଦୁଷ୍କର୍ମ ଉଦ୍ୟମରେ ବିଫଳ ହୋଇଥିଲା। ଏଥିରେ ରାଗି ଯାଇ ସେ ନାବାଳିକାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ଭର୍ତ୍ତି କରି ଦେଇ ସେଠାରୁ ଫେରାର ହୋଇ ଯାଇଥିଲା। ଅତ୍ୟନ୍ତ ରକ୍ତସ୍ରାବ ଯୋଗୁ ନାବାଳିକା ଜଣଙ୍କ ସେହି ସ୍ଥାନରେ ହିଁ ଅଚେତ ହୋଇ ଯାଇଥିଲେ।
କିଛି ସମୟ ପରେ ଝିଅକୁ ନ ପାଇ ପରିବାର ଲୋକ ଖୋଜାଖୋଜି କରିବାରୁ ତାଙ୍କୁ ନିକଟସ୍ଥ ଗୋଟିଏ ପରତ୍ୟକ୍ତ ସ୍ଥାନରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ରାଜକୋଟର ଜାନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଜରୁରୀ ଚିକିତ୍ସା ଯୋଗୁ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଅନ୍ୟପକ୍ଷରେ ଘଟଣାକୁ ଗୁରୁତର ସହ ନେଇଥିଲା ରାଜକୋଟ ଗ୍ରାମାଞ୍ଚଳ ପୁଲିସ୍। ୧୦ଟି ଟିମ ଗଠନ କରି ପୁଲିସ୍ ପ୍ରାୟ ୧୦୦ ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା କରିଥିଲା। ବିଭିନ୍ନ ସ୍ଥାନରେ ପୁଲିସ୍ ରେଡ କରି ସନ୍ଦିଗ୍ଧଙ୍କୁ ଉଠାଇଥିଲା। ଶେଷରେ ୧୦୦ ଜଣଙ୍କ ମଧ୍ୟରୁ ୧୦ ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କ ଆଗରେ ହାଜର କରାଯାଇଥିଲା।
ନାବାଳିକା ଜଣଙ୍କ ସେମାନଙ୍କ ମଧ୍ୟରୁ ତାଙ୍କ ସହ ଭୟଙ୍କର କାଣ୍ଡ ଘଟାଇଥିବା ରାକ୍ଷାସକୁ ଚିହ୍ନଟ କରିଥିଲେ। ନାବାଳିକାଙ୍କ ଚିହ୍ନଟ ପରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ରାମସିଂହ ତେରାସିଂହ ଡାଡୱେଜାର। ସେ ଜଣେ ଦିନ ମୁଜୁରିଆ। ମଧ୍ୟପ୍ରଦେଶର ଅଲୀରାଜପୁର ଜିଲ୍ଲାରୁ ଆସି ସେ ରାଜକୋଟରେ କାମ କରୁଥିଲା। ମଧ୍ୟପ୍ରଦେଶରେ ରାମସିଂହର ପତ୍ନୀ ଓ ୩ ଜଣ ପିଲା ମଧ୍ୟ ରହିଛନ୍ତି।
ପୁଲିସର କହିବା କଥା ଯେ ରାମସିଂହ ବ୍ୟତୀତ ଘଟଣାରେ ଆଉ କାହାର ସଂପୃକ୍ତି ନାହିଁ। ନାବାଳିକାଙ୍କ ବାପା ମା’ କାମ କରୁଥିବା କ୍ଷେତକୁ ଲାଗିଥିବା ଗୋଟିଏ ଜମିରୁ ହିଁ ରାମସିଂହକୁ ଗିରଫ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/10/stop-rape-2025-12-10-14-57-28.jpg)