Advertisment

ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ମୃତଦେହ ସହ ୩ ଦିନ ରହିଥିଲେ ସ୍ୱାମୀ!

ରୀନା ଓ ତାଙ୍କ ସ୍ୱାମୀ ଦିନ ମଜୁଆରୀଆ ହୋଇଥିବାରୁ କାମଦାମ କରିବାକୁ ଯାଉଥିଲେ। ଦିନ ରାତି ସବୁବେଳେ ଘରର କବାଟ ବନ୍ଦ ରହୁଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରୁ ଥିଲା। ସାହି ପଡ଼ିଶା କବାଟ ବାଡ଼େଇଲେ ମଧ୍ୟ ଘର ଭିତରୁ କିଛି ଉତ୍ତର ଆସୁନଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ନିଶା ଉଜାଡ଼ି ଦିଏ ଘର, ଦ୍ୱାର ଓ ପରିବାର। ଏ କଥା ଆମେ ଶୁଣିଛୁ। ହେଲେ ବାସ୍ତବରେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି। ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩ ଦିନଧରି ସ୍ତ୍ରୀ ମୃତଦେହ ସହିତ ରହିଥିଲେ ସ୍ୱାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ କମିଶନରେଟ୍‌ ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହିତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୈତ୍ରୀବିହାର ଥାନା ତାରିଣୀନଗର ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ ଗୋଲଖ ଜେନା ଓ ତାଙ୍କ ପତ୍ନୀ ରୀନା ଜେନା। ତାଙ୍କର ତିନି ପିଲା ମଧ୍ୟ ଅଛନ୍ତି। ଦିନ ମଜୁରିଆ ଭାବେ କାମ କରନ୍ତି ସ୍ୱାମୀ ଓ ସ୍ତ୍ରୀ। ଅଭିଯୋଗ ଅନୁସାରେ ଯାହା ରୋଜଗାର କରନ୍ତି, ସେଥିରେ ମଦ ପିଇ ଦିଅନ୍ତି। କିନ୍ତୁ ରୀନା ଅତ୍ୟଧିକ ମଦ ପିଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା।

ଆଜକୁ ୩ ଦିନ ତଳେ ରୀନା କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ବେଳେ ଘରକୁ ଫେରିନଥିଲେ। ସେ କୁଆଡ଼େ ମଦ ନିଶାରେ ରାସ୍ତାରେ ପଡ଼ିଥିଲେ। ଏ ସମ୍ପର୍କରେ ଜାଣିପାରି ତାଙ୍କୁ ଟ୍ରଲିରେ ଘରକୁ ଆଣିଥିଲେ ସ୍ୱାମୀ ଗୋଲଖ। ଘରେ ପହଞ୍ଚିଲା ବେଳକୁ ରୀନାଙ୍କ ନିଶା ଉତୁରି ଯାଇଥିଲା। ନିଶା କମିଲା ପରେ ଗାଁ ଲୋକଙ୍କ ସମ୍ମୁଖରେ ସ୍ୱାମୀ ଗୋଲଖଙ୍କୁ ବହେ ଗାଳି ଦେଇଥିଲେ ରୀନା। ଯେଉଁଥିପାଇଁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।

Advertisment

ରୀତାଙ୍କ କଟୁ କଥା ଶୁଣିବା ଗୋଲଖଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ତେଣୁ ସେ ତାଙ୍କୁ ବଳପୂର୍ବକ ଘର ଭିତରକୁ ନେଇଯାଇଥିଲେ। ଅଭିଯୋଗ ଅନୁସାରେ ସେ କୁଆଡ଼େ ଏକ କାଠ ଫାଳିଆରେ ରୀନାଙ୍କୁ ବହେ ପିଟିଥିଲେ। ଯେଉଁଥିପାଇଁ ଘଟଣା ସ୍ଥଳରେ ରୀନାଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ଗୋଲଖଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ପତ୍ନୀଙ୍କ ମୃତଦେହ ସାଙ୍ଗରେ ରହିଥିଲେ ଗୋଲଖ। ସେହି ଘର ଭିତରେ ନିଜର ଛୁଆଙ୍କୁ ମଧ୍ୟ ରଖିଥିଲେ। ଘଟଣା ପ୍ରଘଟ ହୋଇଯିବା ଭୟରେ ନିଜର ଛୁଆଙ୍କୁ ଘର ବାହାରକୁ ଛାଡ଼ିନଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩ ଦିନ ଧରି ସେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ରହିଥିଲେ ରହିଥିଲେ ଗୋଲଖ ଓ ତାଙ୍କର ୩ ଛୁଆ।

ସେପଟେ ରୀନା ଓ ତାଙ୍କ ସ୍ୱାମୀ ଦିନ ମଜୁଆରୀଆ ହୋଇଥିବାରୁ କାମଦାମ କରିବାକୁ ଯାଉଥିଲେ। ଦିନ ରାତି ସବୁବେଳେ ଘରର କବାଟ ବନ୍ଦ ରହୁଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରୁ ଥିଲା। ସାହି ପଡ଼ିଶା କବାଟ ବାଡ଼େଇଲେ ମଧ୍ୟ ଘର ଭିତରୁ କିଛି ଉତ୍ତର ଆସୁନଥିଲା। ତେଣୁ ସାହି ପଡ଼ିଶା ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ପୁଲିସ୍‌କୁ ସୂଚନା ଦେଇଥିଲେ। ମୈତ୍ରୀବିହାର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବାରମ୍ୱାର କବାଟ ବାଡ଼େଇଥିଲେ।

ଶେଷରେ କବାଟି ଖୋଲିଥିଲେ ସ୍ୱାମୀ। ସେତେବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ମୃତଦେହ ଜବତକରି ସାଇଣ୍ଟିଫିକ୍‌ ଟିମ୍‌ ଓ କମିଶନରେଟ୍‌ ପୁଲିସ ମିଳିତ ଭାବେ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ପିଟି ପିଟି ହତ୍ୟା କରିଥିବା ସ୍ୱାମୀ ସ୍ୱୀକାର କରିଥିବା ଜଣାପଡ଼ିଛି। ତେଣୁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Bhubaneswar Bhubaneswar News Crime