Advertisment

ଯୌନ ଦାସୀ ବଖାଣିଲେ ଛାତି ତଳର ଯନ୍ତ୍ରଣା

ସେ କେତେବେଳେ ନିଜ ଇଚ୍ଛା ଅନୁସାରେ ଦେହର ଭୋକ ମେଣ୍ଟାଉଥିଲା ତ ଆଉ କେତେବେଳେ ଅମାନବୀୟ ନିର୍ଯାତନା ଦେବାକୁ ପଛାଉ ବି ନଥିଲା।

Russia

Russia

Advertisment

ଖାକି ଆଗରେ ଜଣେ ଯୌନ ଦାସୀ ବଖାଣୁଛନ୍ତି ଛାତି ତଳର ଯନ୍ତ୍ରଣା। ଦିନେ କି ମାସେ ନୁହେଁ, ଦୀର୍ଘ ୧୪ ବର୍ଷ ଧରି ତାଙ୍କ ସହ ଘଟି ଯାଇଥିବା ନର୍କ ଯନ୍ତ୍ରଣାକୁ ସେ କହିବା ବେଳେ ଆଖି ମଧ୍ୟ ଜକେଇ ଯାଉଛି। ସମସ୍ତେ ତାଙ୍କ କଥା ଶୁଣି ମଧ୍ୟ ପୂରା ସ୍ତବ୍ଧ ଓ ବିସ୍ମୟ। ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା ସେତେବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଅପହରଣ କରି ନେଇଥିଲା।

Advertisment

ଏହାପରେ ଦୀର୍ଘ ୧୪ ବର୍ଷ କାଳ ତାଙ୍କୁ ଦେଇ ଚାଲିଥିଲା ଅକଥନୀୟ ନିର୍ଯାତନା। ସେ କେତେବେଳେ ନିଜ ଇଚ୍ଛା ଅନୁସାରେ ଦେହର ଭୋକ ମେଣ୍ଟାଉଥିଲା ତ ଆଉ କେତେବେଳେ ଅମାନବୀୟ ନିର୍ଯାତନା ଦେବାକୁ ପଛାଉ ବି ନଥିଲା। ଦୀର୍ଘ ୧୪ ବର୍ଷ ଧରି ଯୁବତୀ ଜଣଙ୍କ ଏପରି ନିର୍ଯାତନା ସହିବା ପରେ ଏବେ ତଥାକଥିତ ନର୍କ ଯନ୍ତ୍ରଣାରୁ ମୁକୁଳି ପୂରା ବିଶ୍ୱକୁ ନିଜ ହୃଦୟର ବେଦନା କଥା କହିଛନ୍ତି।

ଏହାପରେ ମଣିଷ ରୂପି ରାକ୍ଷାସକୁ ପୁଲିସ ଗିରଫ କରିଛି। ଏହି ୫୧ ବର୍ଷୀୟ ରୁଷ ନାଗରିକ ଜଣଙ୍କ ନିଜର ଚେଲୟାବିସ୍କ ଘର ଭିତରେ ହିଁ ଯୁବତୀଙ୍କୁ ଯୌନ ଦାସୀ ଭାବେ ରଖିଥିଲେ। ୧୯ ବର୍ଷ ବୟସରେ ଯୁବତୀଙ୍କୁ ଅପହରଣ କରାଯାଇଥିବା ବେଳେ ଏବେ ତାଙ୍କୁ ୩୩ ବର୍ଷ ହେଲାଣି। ଏହି ୧୪ ବର୍ଷ ତାଙ୍କ ଜୀବନର ଗତିପଥକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି।

Advertisment

୫୧ ବର୍ଷୀୟ ଭ୍ଲାଦିମିର ଚେସ୍କିଡୋଭ ୨୦୦୯ରୁ ତାଙ୍କୁ ପଣବନ୍ଦୀ କରି ରଖିଥିଲା। ଏହି ସମୟ ସୀମା ମଧ୍ୟରେ ସେ ୧ ହଜାରରୁ ଅଧିକ ଥର ତାଙ୍କୁ ଦୁଷ୍କର୍ମ କରିଥିଲା। ଖାଲି ସେତିକି ନୁହେଁ, ଚେସ୍କିଡୋଭ ୨୦୧୧ରେ ଆଉ ଜଣେ ମହିଳାଙ୍କୁ ମଧ୍ୟ ସେହି ଘର ଭିତରେ ହତ୍ୟା କରିଥିଲା। ପୁଲିସ୍‌ ଏବେ ୧୪ ବର୍ଷ ହେଲା ଯୌନ ଦାସୀ ଭାବେ ନର୍କ ଯନ୍ତ୍ରଣା ଭୋଗୁଥିବା ଇକଟେରିନାଙ୍କ ବୟାନ ଆଧାରରେ ଚେସ୍କିଡୋଭକୁ ଗିରଫ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚେସ୍କିଡୋଭ ୧୪ ବର୍ଷ ହେଲା ଯେଉଁ ଯୁବତୀଙ୍କୁ ଯୌନ ଦାସୀ ଭାବେ ବନ୍ଦୀ କରି ରଖିଥିଲା, ତାଙ୍କୁ ଜଣେ ମହିଳା ହିଁ ଖସିବାରେ ସହାୟତା କରିଛନ୍ତି। ଆଉ ଇକଟେରିନାଙ୍କ ପାଇଁ ଭଗବାନ ରୂପରେ ଉଭା ହୋଇଥିବା ମହିଳା ଜଣଙ୍କ ହେଲେ ଚେସ୍କିଡୋଭର ନିଜ ମା’। ପୁଅ ଭୟଙ୍କର କାଣ୍ଡ ଘଟାଇ ଚାଲିଥିବା ବେଳେ ତା’ରି ମା’ ହିଁ ଇକଟେରିନାଙ୍କୁ ନୂଆ ଜୀବନ ଦେଇଛନ୍ତି।

ସେ ପୁଲିସ୍‌ ପାଖରେ ପହଞ୍ଚିବା ପରେ ତାଙ୍କ ସହ ଏତେ ବର୍ଷ ଧରି ଚାଲିଥିବା ଭୟଙ୍କର କାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଇକଟେରନାଙ୍କ କହିଛନ୍ତି ଯେ ୧୪ ବର୍ଷ ମଧ୍ୟରୁ ସେ ଅଧିକାଂଶ ସମୟ ବେଡ୍‌ରୁମରେ ରହୁଥିଲେ। କେବଳ ଘର କାମ କରିବା ପାଇଁ ତାଙ୍କୁ ଚେସ୍କିଡୋଭ ଛୁରୀ ଦେଖାଇ ବାହାରକୁ ଆଣୁଥିଲା। ସେହି ଅବସ୍ଥାରେ ସେ ଘର କାମ କରୁଥିଲେ। ଟିକିଏ ବି ଭୁଲ ହେଲେ, ଚେସ୍କିଡୋଭ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଭୟଙ୍କର ନିର୍ଯାତନା ଦେଉଥିଲା।

କାମ କରିବା ପରେ ଚେସ୍କିଡୋଭ ତାଙ୍କୁ ଦୁଷ୍କର୍ମ କରୁଥିଲା। ଏପରି କି ତାଙ୍କ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖୁଥିଲା। ଯେତେବେଳେ ଇଚ୍ଛା ସେତେବେଳେ ସେ ନିଜ ଦେହର ଭୋକ ମେଣ୍ଟାଉଥିଲା। ସେକ୍ସ କଣ୍ଢେଇ ଦ୍ୱାରା ମଧ୍ୟ ସେ ଇକଟେରିନାଙ୍କୁ ବିଭିନ୍ନ ପ୍ରକାରର ଯୌନ ନିର୍ଯାତନା ଦେଉଥିଲା।

ଇକଟେରିନାଙ୍କ ଠାରୁ ସବୁ କଥା ଶୁଣିବା ପରେ ପୁଲିସ୍‌ ଚେସ୍କିଡୋଭର ଏକ ମହଲା ବିଶିଷ୍ଟ ଘରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲା। ଏହି ସମୟରେ ସେଠାରୁ ବିଭିନ୍ନ ପ୍ରକାରର ସେକ୍ସ କଣ୍ଢେଇ, ମଜଲ୍ସ ଓ ପର୍ଣ୍ଣ ଫିଲ୍ମ ଥିବା ବିଭିନ୍ନ ଭିଡିଓ ପାଇଥିଲା।

ରୁଷର ଇନଭେଷ୍ଟିଗେଟିଭ କମିଟି ଚେସ୍କିଡୋଭର ବେସମେଣ୍ଟୁ ମଣିଷ ଶରୀରର କିଛି ଅଂଶବିଶେଷ ଠାବ କରିବାକୁ ସକ୍ଷମ ହୋଇଛି।

ତଦନ୍ତକାରୀ ଅଧିକାରୀଙ୍କ ବୟାନକୁ ଆଧାର କରି ରୁଷ ଟୁଡେ କହିଛି ଯେ ଚେସ୍କିଡୋଭ ୨୦୦୯ରେ ଇକଟେରିନାଙ୍କୁ ଭେଟିଥିଲା। ଏହି ସମୟରେ ଇକଟେରିନାଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ତାଙ୍କୁ ସେ ଘରକୁ ଡାକିବା ସହ ମଦ ପାର୍ଟିର ଆୟୋଜନ କରିଥିଲା। ଏହାପରେ ସେଇଠାରେ ହିଁ ସେବେଠାରୁ ସେ ଇକଟେରିନାଙ୍କୁ ବନ୍ଦୀ କରି ରଖିଥିଲା। ବନ୍ଦୀ କରି ରଖିବା ଦିନ ଠାରୁ ସେ ତାଙ୍କୁ ଯୌନ ଦାସୀ ଭାବେ ବ୍ୟବହାର କରି ଚାଲିଥିଲା।

ଚେସ୍କିଡୋଭ ମାନସିକ ରୋଗରେ ପୀଡ଼ିତ। ଏବେ ତା’ର ଅବସ୍ଥାର ଅଧିକ ବିଗିଡ଼ିବାରୁ ସେ ହସ୍ପିଟାଲ ଯିବାକୁ ବାଧ୍ୟ ହୋଇଥିଲା। ଏହାର ଫାଇଦା ଉଠାଇ ତା’ର ମା’ ହିଁ ଇକଟେରିନାଙ୍କୁ ସେଠାରୁ ଖସି ଚାଲି ଆସିବାରେ ସହାୟତା କରିଥିଲେ।

ଇକଟେରିନା ପୁଲିସ୍‌କୁ କହିଛନ୍ତି ଯେ ଚେସ୍କିଡୋଭ ଆଉ ଜଣେ ମହିଳାଙ୍କୁ ମଧ୍ୟ ଘରକୁ ଆଣିଥିଲା। ତେବେ ୨୦୧୧ରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ସେ ଉକ୍ତ ମହିଳା ଏକାଧିକ ଥର ଛୁରୀ ଭୁଷି ହତ୍ୟା କରିଥିଲା।

ପୁଲିସ୍‌ ଚେସ୍କିଡୋଭକୁ ଗିରଫ କରିଥିଲେ ହେଁ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି।

Russia Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe