Advertisment

୫ ବର୍ଷ ତଳେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ, ଆଜି ମିଳିଲା ଫାଶୀ ଦଣ୍ଡାଦେଶ

କୌଣସି କାରଣକୁ ନେଇ ୨୦୧୯ ମସିହା ଜାନୁୟାରୀ ୧୭ ତାରିଖ ରାତିରେ ନିରଞ୍ଜନ ଓଡଗାଁରେ ୨ଜଣଙ୍କୁ ହତ୍ୟା କରିଥିଲେ l ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l

author-image
Niharika Rout
Accusd

Accusd

୫ ବର୍ଷ ତଳେ ଅତି ବୀଭତ୍ସ ଭାବେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ପ୍ରକାଶ ପାଇଛି ରାୟ। ଆଉ ଅଭିଯୁକ୍ତଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ନୟାଗଡ଼ ଜିଲ୍ଲା ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

Advertisment

ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ହେବା ମାମଲା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତଜଣଙ୍କ ହେଲେ ଓଡଗାଁ ଥାନା କୁଶଢିପି ଗାଁର ନିରଞ୍ଜନ ମଲ୍ଲୀକ ।

କୌଣସି କାରଣକୁ ନେଇ ୨୦୧୯ ମସିହା ଜାନୁୟାରୀ ୧୭ ତାରିଖ ରାତିରେ ନିରଞ୍ଜନ ଓଡଗାଁରେ ୨ଜଣଙ୍କୁ ହତ୍ୟା କରିଥିଲେ l ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l

Advertisment

ନିରଞ୍ଜନ ଉକ୍ତ ରାତିରେ ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତ୍ର ଜଗୁଆଳି ଲୋଚନ ସେଠିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ସେ ଓଡଗାଁ ସିନେମା ହଲ ନିକଟରେ ବଦନି ପ୍ରଧାନ ନାମକ ମହିଳାଙ୍କୁ ଘରେ ପଶି ତାଙ୍କୁ ହତ୍ୟା କରିଥିଲା l

ଏହି ଘଟଣାରେ ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି l ଏପରି ଫାଶୀ ଦଣ୍ଡାଦେଶ ହେବା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ଏହା ବିରୋଧରେ ଅଭିଯୁକ୍ତ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ଯାଇ ପାରିବେ ବୋଲି ବରିଷ୍ଠ ଆଇନଜୀବୀ ପ୍ରକାଶ କରିଛନ୍ତି। 

Nayagarh Judgement