Advertisment

ପୂର୍ବ ଶତ୍ରୁତା ନେଲା ରକ୍ତପାତର ରୂପ; ଦିବ୍ୟାଙ୍ଗଙ୍କୁ ହାଣି ଜୀବନ ନେଲେ

ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଉପରେ କିଛି ଯୁବକ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅକାଳରେ ଚାଲିଗଲା ତାଙ୍କ ଜୀବନ ।

Injured

Injured

Advertisment

ପୁରୀ ସହରରେ ଛୁଟିଲା ରକ୍ତର ସୁଅ। ପୂର୍ବ ଶତ୍ରୁତା ନେଲା ରକ୍ତପାତର ରୂପ । ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଉପରେ କିଛି ଯୁବକ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅକାଳରେ ଚାଲିଗଲା ତାଙ୍କ ଜୀବନ । ମୃତକ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ହରିହର ସାହୁ।

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା, ଭୁଜାଲି ଧରି ହରିହରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଗୁରୁତର ଅବସ୍ଥାରେ ପ୍ରଥମେ ହରିହରଙ୍କୁ ପୁରୀ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିଲେ ବି ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ଗତ ୮ତାରିଖରେ ଦିନେଶ ଖୁଣ୍ଟିଆ ହତ୍ୟା ଘଟଣାରେ ହରିହରଙ୍କ ପୁଅ ଜେଲ୍ ଯାଇଛି। ତେଣୁ ଏହି ଆକ୍ରମଣ ପଛରେ ଦିନେଶଙ୍କ ସମର୍ଥକଙ୍କ ସଂପୃକ୍ତି ଥିବା ଆଶଙ୍କା କରି ପୁରୀ ଟାଉନ ଥାନା ପୁଲିସ ତଦନ୍ତ ଚଳାଇଛି। ତେବେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Advertisment
Murder Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe