Advertisment

ସ୍ତ୍ରୀର ପ୍ରେମିକ ସାଜିଲା ସୈତାନ: ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ୬ ଖଣ୍ଡ କରି ଦେଲା

ଖଣ୍ଡବିଖଣ୍ଡିତ ଶରୀରକୁ ରାଜସ୍ଥାନର ପାଲିର ବିଭିନ୍ନ ସ୍ଥାନରେ ପୋତି ମଧ୍ୟ ଦେଇଛି। ପୁଲିସ୍‌ ଏବେ ଖଣ୍ଡବିଖଣ୍ଡିତ ଶରୀରରକୁ ଜବତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Man

Man

Advertisment

ସୈତାନ ସାଜିଲା ସ୍ତ୍ରୀର ପ୍ରେମିକ। ନିଜ ହାତରେ ପୋଛି ଦେଲା ବିବାହିତ ପ୍ରେମିକାର ମଥାର ସିନ୍ଦୁର। ପ୍ରେମିକା ବିବାହିତ ହୋଇଥିବାରୁ ସୈତାନ ପ୍ରେମିକ ଜଣଙ୍କ ତାଙ୍କର ୩୩ ବର୍ଷୀୟ ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି।

Advertisment

ହତ୍ୟା ପରେ ମୃତଦେହକୁ ୬ ଖଣ୍ଡ କରି କାଟି ଦେଇଛି। ଖାଲି ସେତିକି ନୁହେଁ, ଖଣ୍ଡବିଖଣ୍ଡିତ ଶରୀରକୁ ରାଜସ୍ଥାନର ପାଲିର ବିଭିନ୍ନ ସ୍ଥାନରେ ପୋତି ମଧ୍ୟ ଦେଇଛି। ପୁଲିସ୍‌ ଏବେ ଖଣ୍ଡବିଖଣ୍ଡିତ ଶରୀରରକୁ ଜବତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ସୈତାନ ପ୍ରେମିକ ଜଣଙ୍କ ହେଲା ମଦନଲାଲ। ସେ ତାଙ୍କ ପ୍ରେମିକାର ସ୍ୱାମୀ ଯୋଗେନ୍ଦ୍ରଙ୍କୁ ହତ୍ୟା କରିଛି। ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲା। ଏହାପରେ ଶରୀରର ଗଣ୍ଡିକୁ ନିଟସ୍ଥ ଜଙ୍ଗଲରେ ପୋତି ଦେଇଥିଲା। ସେହିପରି ଘର ଠାରୁ ୧୦୦ ମିଟର ଦୂରରେ ଥିବା ଗୋଟିଏ ବଗିଚାରେ ଯୋଗେନ୍ଦ୍ରଙ୍କ ହାତ, ମୁଣ୍ଡ ଓ ଗୋଡ଼କୁ ପୋତିଥିଲା।

Advertisment

ସେଗୁଡ଼ିକୁ ପୁଲିସ୍‌ ଜବତ କରିବାକୁ ସକ୍ଷମ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ପୋତି ଥିବା ସ୍ଥାନରେ ମଦନଲାଲ ଗୋଟିଏ ଆମ୍ବ ଗଛ ମଧ୍ୟ ଲଗାଇ ଦେଇଥିଲା।

ଜୁଲାଇ ୧୩ରେ ଯୋଗେନ୍ଦ୍ରଙ୍କ ବାପା ସ୍ଥାନୀୟ ପୁଲିସ୍‌ ଷ୍ଟେସନରେ ପୁଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ଯୋଗେନ୍ଦ୍ରକୁ ପୁଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜୁଲାଇ ୧୧ରେ ଯୋଗେନ୍ଦ୍ର ଘରୁ ବାହାରିଥିବା ବେଳେ ଆଉ ଫେରି ନଥିଲା। ପୁଅ ନ ଫେରିବାରୁ ତାଙ୍କ ବାପା ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ଓ ନିଖୋଜ ପଛରେ ମଦନଲାଲର ହାତ ଥିବା ସନ୍ଦେହ କରିଥିଲେ। 

ପୁଲିସ୍‌ ଅଭିଯୋଗ ପାଇବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ମଦନଲାଲକୁ ଉଠାଇ ଆଣିଥିଲା। ଜେରା ବେଳେ ସେ ତା’ର ଅପରାଧକୁ ସ୍ୱୀକାର କରିଛି। ଏଥିସହ ଯୋଗେନ୍ଦ୍ରଙ୍କ ପତ୍ନୀ ସହ ତା’ର ପ୍ରେମ ସମ୍ପର୍କ ରହିଥିବା ପୁଲିସ୍‌କୁ କହିଛି।

ଏହାପରେ ପୁଲିସ୍‌କୁ ସେ ଯୋଗେନ୍ଦ୍ରଙ୍କୁ ମାରିବା ପରେ କେଉଁ ସବୁ ସ୍ଥାନରେ ପୋତି ଥିଲା, ସେକଥା ମଧ୍ୟ ଜଣାଇଥିଲା। ତା’ ସୂଚନା ଆଧାରରେ ପୁଲିସ୍‌ ଯୋଗେନ୍ଦ୍ରଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଛି। ତେବେ ହତ୍ୟା ପଛରେ ଯୋଗେନ୍ଦ୍ରଙ୍କ ପତ୍ନୀଙ୍କ ହାତ ଅଛି କି ନାହିଁ, ସେକଥା ଜଣାପଡ଼ିନି।

Murder Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe