Advertisment

ପୁଅ ଆଗରେ ଟ୍ରାକ୍ଟର ଚଢ଼ାଇ ବାପାଙ୍କୁ ହତ୍ୟା!

ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ରଞ୍ଜନ ରଣାଙ୍କ ବାପା ଶୁଶାନ୍ତ କୁମାର ରଣା ସେଠାରେ ପହଞ୍ଚିଥିଲେ। ସେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ। ହେଲେ ବିଶୃଙ୍ଖଳି ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ।

Cuttack

Cuttack

Advertisment

ପୁଅ ଆଗରେ ଟ୍ରାକ୍ଟର ଚଢ଼ାଇ ବାପାଙ୍କୁ ହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳରୁ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣ ପରେ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦିଆଯାଇଛି। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁଲିସ୍‌ ଫୋର୍ସ ସହ ଅତିରିକ୍ତ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

Advertisment

ଅଭିଯୋଗରୁ ପ୍ରକାଶ, ଆଜି ରାଧାକୃଷ୍ଣପୁର ଗାଁର ଜଣଙ୍କ ରିଙ୍ଗ ସେରିମନି ଥିଲା। ଏହି ରିଙ୍ଗ ସେରିମନି କାର୍ଯ୍ୟକ୍ରମ ତଳଗଡ଼ିଆ ସ୍ୱପ୍ନେଶ୍ୱର ପୀଠରେ ଆୟୋଜନ ହୋଇଥିଲା। ଏଥିରେ ଗାଁ ଲୋକମାନେ ସାମିଲ ହୋଇଥିଲେ। ଗାଁ ଲୋକଙ୍କ ସହିତ ରଞ୍ଜନ ରଣା ମଧ୍ୟ ଭୋଜିକୁ ଯାଇଥିଲେ। ଭାଜିଭାତ ସରିବା ପରେ ସମସ୍ତେ ଗାଁକୁ ଫେରୁଥିଲେ। ସେହି ସମୟରେ ସ୍କୁଲ ନିକଟସ୍ଥ କଲ୍‌ଭର୍ଟ ଉପରେ କିଛି ବିଶୃଙ୍ଖଳିତ ଯୁବକ ବସିଥିଲେ। ସେମାନେ ରଞ୍ଜନ ରଣାଙ୍କ ସମେତ ଗାଁ ଲୋକଙ୍କୁ ଟାହି ଟାପରା କରିଥିଲେ। ଏହିଠାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ରଞ୍ଜନ ରଣାଙ୍କ ବାପା ଶୁଶାନ୍ତ କୁମାର ରଣା ସେଠାରେ ପହଞ୍ଚିଥିଲେ। ସେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ। ହେଲେ ବିଶୃଙ୍ଖଳି ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ଯୋଜନାବଦ୍ଧ ଭାବେ ଶୁଶାନ୍ତଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ଗୋଟିଏ ପକ୍ଷଙ୍କ ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଫୋର୍ସ ସହ କଟକ ଜିଲ୍ଲା ଅତିରିକ୍ତ ଏସ୍‌ପି ଗାଁରେ ପହଞ୍ଚିଛନ୍ତି। ଉକ୍ତ ଗାଁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment
Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe