Advertisment

ଗାଁ ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସଞ୍ଜୟ ତାଙ୍କ ଘରକୁ ଯାଉଥିବା ବେଳେ ଗାଁର ସୁରେଶ ଡାକୁଆ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା।

author-image
Jitendra Garnayak
Deadbody

Deadbody

ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ ହରଡ଼ାପଦର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ସଞ୍ଜୟ ନାୟକ (୨୭)। ତାଙ୍କ ଘର ହରଡ଼ାପଦର ଗାଁରେ।

Advertisment

ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସଞ୍ଜୟ ତାଙ୍କ ଘରକୁ ଯାଉଥିବା ବେଳେ ଗାଁର ସୁରେଶ ଡାକୁଆ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଧୀରେ ଧୀରେ ଏହା ଉଗ୍ରରୂପ ନେଇଥିଲା। ସଞ୍ଜୟଙ୍କୁ ଆକ୍ରମଣ କରିଥିଲେ ସୁରେଶ। ସୁରେଶ ତାଙ୍କୁ ଗାଁ ମଝିରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

ସୂଚନା ଅନୁଯାୟୀ, ଗାଁରେ ଥିବା ଏକ ପୋଖରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ କନ୍ଦଳ ଲାଗି ରହିଛି। ପୂର୍ବରୁ ଏହି ଘଟଣାକୁ ନେଇ ଗୋଟିଏ ଗୋଷ୍ଠୀ ସୁରେଶଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଗୋଷ୍ଠୀ କନ୍ଦଳ ରୋକିବା ପାଇଁ ଗାଁରେ ୭ ଦିନ ପୁଲିସ ପହରା ଦେବା ସହ ଉଭୟ ଗୋଷ୍ଠୀଙ୍କୁ ଡାକି ଆସିକା ତହସିଲଦାର, ବିଡିଓ ଓ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ମିଳିତ ଭାବେ ବୁଝାଇଥିଲେ। କିନ୍ତୁ ପରିସ୍ଥିତି ଶାନ୍ତ ପଡ଼ି ନଥିଲା।

Advertisment

ଆଜି ସେହି ଘଟଣାକୁ କେନ୍ଦ୍ର କରି ସୁରେଶ ଅପର ଗୋଷ୍ଠୀର ଯୁବକ ସଞ୍ଜୟଙ୍କୁ ହତ୍ୟା କରିଥିବା କୁହାଯାଉଛି। କୋଟିନଡ଼ା ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସୁରେଶ ଡାକୁଆ କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିବା କୋଟିନଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Odisha Police Murder Police